କେ.ବଲାଙ୍ଗ ଥାନା ଘେରାଉ କଲେ ଆଦିବାସୀ

Nov 02, 2026 - 13:34
କେ.ବଲାଙ୍ଗ ଥାନା ଘେରାଉ କଲେ ଆଦିବାସୀ

ସୁନ୍ଦରଗଡ଼ : ଆଦିବାସୀ ଯୁବକଙ୍କୁ ଆକ୍ରମଙ୍କୁ ନେଇ ତାତିଲେ ଆଦିବାସୀ ଇ ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା ଘେରାଉ କଲେ ୫ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରୁଷ । ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ପ୍ରତିବାଦରେ ଆଦିବାସୀମାନେ ଏକତ୍ରିତ ହୋଇ ଜାତୀୟ ରାଜପଥ ୫୨୦ ଅବରୋଧ କରିବା ସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୋ-ରକ୍ଷା ନାମରେ ପ୍ରାୟ ଦୁଇ ଦିନ ତଳେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଶହ ଶହ ଆଦିବାସୀ ଲୋକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ପ୍ରତିବାଦବେଳେ ଆଦିବାସୀ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।