କୋଟିଆରୁ ୧୦ ପ୍ରତିଶତ ଭୋଟ - ଜିଲ୍ଲାପାଳ

Nov 06, 2026 - 16:32
କୋଟିଆରୁ  ୧୦ ପ୍ରତିଶତ ଭୋଟ - ଜିଲ୍ଲାପାଳ

କୋରାପୁଟ : ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ କଲେ କୋରାପୁଟ ଜିଲ୍ଲାପାଳ । ଆନ୍ଧ୍ର ପକ୍ଷରୁ ଭୋଟିଂକୁ ନେଇ ହେଉଥିବା ବିଭିନ୍ନ ଦାବିର ସତ୍ୟତା ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ।  ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ସମୟରେ ଉତ୍ତେଜନା, ପୋଲିସ ଓ ନିର୍ବାଚନୀ ବ୍ୟବସ୍ଥାକୁ ନେଇ ବିବାଦ ମଧ୍ୟରେ କିଛି ଲୋକ ଗଳାବାଟ ଦେଇ ଜଙ୍ଗଲ ଭିତରେ ଲୁଚିଛପି ଆନ୍ଧ୍ରପ୍ରଦେଶ ଯାଇ ଭୋଟ ଦେଇଥିଲେ । କୋଟିଆରେ ୩୫ ରୁ ୪୦ ପ୍ରତିଶତ ଭୋଟ୍ ଆନ୍ଧ୍ର ନେଇଛି ବୋଲି ବିରୋଧୀ ଯାହା ପ୍ରଚାର କରୁଛନ୍ତି ତାହା ମିଛ । ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଭୋଟିଂକୁ ନେଇ ଭିନ୍ନ ଭିନ୍ନ ଦାବି ଓ ସୋସିଆଲ ମିଡିଆରେ ପ୍ରଚାରିତ ଖବରର ସତ୍ୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଆଜି କୋରାପୁଟ ଜିଲ୍ଲାପାଳ ଗଣମାଧ୍ୟମ ସାମ୍ନାରେ ଏହାର ଉତ୍ତର ରଖିଛନ୍ତି ।

କୋଟିଆବାସୀଙ୍କୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ସହ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ପ୍ରଶାସନ ନିରନ୍ତର ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ଆନ୍ଧ୍ର ପକ୍ଷରୁ ପୁନର୍ବାର ନିର୍ବାଚନ କରାଯିବାର ଉଦ୍ୟମ ହେଲେ ତାହାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ଭୋଟିଂ ହାରକୁ ନେଇ ଆସୁଥିବା ତଥ୍ୟ ସନ୍ଦେହଜନକ । ଯେଉଁ ଭୋଟିଂ ହାର ପ୍ରକାଶ କରାଯାଇଛି, ତାହା ପ୍ରକୃତ ଚିତ୍ର ନୁହେଁ । କୋଟିଆରୁ ମାତ୍ର ସର୍ବାଧିକ ୧୦ ପ୍ରତିଶତ ମତାଦନ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।