କୋର୍ଟରେ ଓକିଲ, ସିଏଏସ୍ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ
ସନମତୀଙ୍କୁ ବସିବାକୁ କହି ପ୍ରଦୀପ ଫୋନ୍ରେ କଥା ହେଉଥିଲେ। ଇତି ମଧ୍ୟରେ ସନମତୀ ବ୍ୟାଗ୍ରୁ ଲୁହାଛଡ଼ ବାହାର କରି ସରକାରୀ ଓକିଲ ପ୍ରଦୀପଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଅଚାନକ ଆକ୍ରମଣ ପରେ ପ୍ରଦୀପ ପାଟି କରିବାରୁ ଚାମ୍ବରରେ ବସିଥିବା ବିଚାରପତି ସ୍ମିତା ଲାକ୍ରା, ସିଏଏସ୍ଆଇ ମୀନକେତନ ଗନ୍ତାୟତ, ଅଦାଲତରେ କାର୍ଯ୍ୟରତ କର୍ମଚାରୀ ଆସି ଛଡ଼ାଇଥିଲେ। ଏହି ସମୟରେ ମୀନକେତନଙ୍କ ମୁଣ୍ଡରେ ମଧ୍ୟ ମାଡ଼ ବାଜିଥିଲା। ରକ୍ତାକ୍ତ ଅବସ୍ଥାରେ ପ୍ରଦୀପ ଏବଂ ମୀନକେତନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଝରିଗାଁ ଆଇଆଇସି ରଚିତା ମାଡକାମୀ ପହଞ୍ଚତ୍ ସନମତୀଙ୍କୁ ଗିରଫ କରିଥିଲେ। ଚିକିତ୍ସା ପରେ ପ୍ରଦୀପ ଝରିଗାଁ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୋଲିସ କେସ୍ ନମ୍ବର୨୧୯/୨୦୨୬ ରେ ମାମଲା ରୁଜୁ କରିଛି। ଆଇଆଇସି ମାଡକାମୀ ଘଟଣା ତଦନ୍ତ କରୁଛନ୍ତି। ପୂର୍ବରୁ ସନମତୀଙ୍କ ଯୌତୁକ ନିର୍ଯାତନା ମାମଲା କୋର୍ଟରେ ବିଚାରାଧୀନ ରହିଛି। କେସ ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ। ସ୍ବାମୀଙ୍କଠାରୁ ଭରଣପୋଷଣ ଆଣିବା ଦିଗରେ ସହାୟତା କରିବା ନେଇ କଥା ହୋଇଥିଲେ। ତେବେ ହଠାତ୍ ଏପରି ଆସି ଆକ୍ରମଣ କରିବେ ବୋଲି ଜାଣି ନ ଥିବା ପ୍ରଦୀପ କହିଛନ୍ତି। ଘଟଣା ପରେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ସୀମା ତ୍ରିପାଠୀ, ଜିଲା ଏବଂ ଦୌରା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ, ଏଏସ୍ପି ଆଦିତ୍ୟ କୁମାର ସେନ୍, ଉମରକୋଟ ଏସ୍ଡିପିଓ ଶୁଭେନ୍ଦୁ ଶବର ଝରିଗାଁରେ ପହଞ୍ଚତ୍ ବିଚାରପତି ସ୍ମିତା ଲାକ୍ରାଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ବ୍ୟତୀତ ଉମରକୋଟ ବାର୍ ଆସୋସିଏଶନ ସମ୍ପାଦକ କୃଷ୍ଣଚନ୍ଦ୍ର ନନ୍ଦ, ପୂର୍ବତନ ସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ସମ୍ପାଦକ ଶାନ୍ତନୁ ବାହିନୀପତି, କାଳିପ୍ରସାଦ ନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପୂର୍ବତନ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ ଘଟଣାକୁ ନିନ୍ଦା କରିବା ସହ ଓକିଲମାନେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି। ଜୁଡିସିଆଲ ଉପରେ ଆକ୍ରମଣ ସମ୍ବିଧାନକୁ ବହୁତ କ୍ଷତି। ବିଚାରପତି, ସରକାରୀ ଓକିଲ ଏବଂ ସିଏଏସଆଇଙ୍କୁ ଆକ୍ରମଣକୁ ଓକିଲ ସଂଘ ନିନ୍ଦା କରୁଛି ବୋଲି ଓକିଲ ସଂଘ ପୂର୍ବତନ ସମ୍ପାଦକ ଶାନ୍ତନୁ କୁମାର ବାହିନୀପତି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।