କ୍ରିକେଟ ଜଗତରେ ହଇଚଇ! ଏହି କ୍ରିକେଟରଙ୍କୁ ନିଲମ୍ବିତ କଲା ICC, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Oct 22, 2026 - 14:15
କ୍ରିକେଟ ଜଗତରେ ହଇଚଇ! ଏହି କ୍ରିକେଟରଙ୍କୁ ନିଲମ୍ବିତ କଲା ICC, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୦: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳକୁ ବଡ଼ ଝଟକା ଲାଗିଛି । ଦଳର ଅଭିଜ୍ଞ ଦ୍ରୁତ ବୋଲର ମେଗାନ୍‌ ସ୍କଟ୍‌ଙ୍କୁ ପ୍ରେସକ୍ରିପସନ୍‌ ଔଷଧ ବ୍ୟବହାର ସମ୍ପର୍କିତ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଏବଂ କ୍ରିକେଟ୍‌ ଅଷ୍ଟ୍ରେଲିଆ (CA) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ଯୋଗୁଁ ମେଗାନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ସହ ମହିଳା ବିଗ୍‌ ବାସ୍‌ ଲିଗ୍‌ (WBBL)ର ଆଗାମୀ ସିଜିନ୍‌ର ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ ।

ICCର ବିବୃତି ଅନୁଯାୟୀ, ପ୍ରେସକ୍ରିପସନ୍‌ ଔଷଧ ବ୍ୟବହାର ସମ୍ପର୍କିତ କ୍ରୀଡ଼ା ବିଜ୍ଞାନ ଓ କ୍ରୀଡ଼ା ଚିକିତ୍ସା ନିୟମ ପାଳନ ନକରିବା କାରଣରୁ ମେଗାନ୍‌ଙ୍କ ବିରୋଧରେ ଏହି ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ନିଲମ୍ବନକୁ ନିଶ୍ଚିତ କରିଛି ।

୩୩ ବର୍ଷୀୟ ମେଗାନ୍‌ ସ୍କଟ୍‌ ନିଜ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରେ ୩୦୦ରୁ ଅଧିକ ୱିକେଟ୍‌ ନେଇଛନ୍ତି । ଦଣ୍ଡକୁ ସ୍ୱୀକାର କରି ସେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରିପାରି ନଥିବାରୁ କ୍ଷମା ମାଗିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍‌ରେ ଦଳ ୨ ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୪୦ ରନ୍‌ରେ ବିଜୟୀ ହୋଇଥିଲା। ଉଭୟ ମ୍ୟାଚ୍‌ରେ ମେଗାନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।