ଖଲିସ୍ତାନୀ ସମର୍ଥକମାନେ ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ

Aug 08, 2026 - 17:13
ଖଲିସ୍ତାନୀ ସମର୍ଥକମାନେ ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ

ଚଣ୍ଡିଗଡ଼: ସ୍ୱାଧୀନତା ଦିବସର ଠିକ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଖଲିସ୍ତାନୀ ସମର୍ଥକମାନେ ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ପଞ୍ଜାବକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇ ହାଇ ଆଲର୍ଟରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ଅନୁସାରେ ଖାଲିସ୍ତାନୀ ଗୋଷ୍ଠୀଗୁଡ଼ିକ ପଞ୍ଜାବର ଅନେକ ସ୍ଥାନରେ ଆକ୍ରମଣ ଷନଯନ୍ତ୍ର ରଚିଛନ୍ତି। ସେମାନେ ଏଥିପାଇଁ ବହୁ ଦିନ ଧରି ପ୍ରସ୍ତୁତି କରୁଛନ୍ତି। ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରି ଅନ୍ତର୍ଜାତୀୟସ୍ତରରେ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ତେଣୁ ସେମାନେ ଅଗଷ୍ଟ ୧୫ ତାରିଖକୁ ବାଛିଛନ୍ତି। ପଞ୍ଜାବରେ ଖଲିସ୍ତାନ ଆନ୍ଦୋଳନକୁ ପୁନର୍ଜୀବିତ କରିବା ପାଇଁ ଆଇଏସଆଇ ଦ୍ୱାରା କରାଯାଇଥିବା ପ୍ରମୁଖ ପ୍ରୟାସ ମଧ୍ୟରେ ଏହି ଚେତାବନୀ ଆସିଛି। ଭାରତ ଏବଂ କାନାଡା ଦ୍ୱାରା ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନେଟୱାର୍କ ଉପରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଏହି ଗୋଷ୍ଠୀଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି। ନିଜର ସ୍ଥିତି ଜାହିର କରିବା ପାଇଁ ପଞ୍ଜାବରେ ଏଭଳି କାର୍ଯ୍ୟକଳାପ କରିବାକୁ ଚିନ୍ତା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।