ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

Oct 05, 2026 - 12:40
ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌ ଗେଟ୍‌କୁ ବନ୍ଦ କରିଦିଆଯାଇଛି।

ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରାପ୍ତ ସୂଚନା ଅନୁସାରେ, ଜଳଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨୧,୪୬୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ୩୨,୩୦୬ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ପାଓ୍ବାର ଚ୍ୟାନେଲରେ ୨୭,୩୯୪, ବରଗଡ଼ କେନାଲରେ ୪,୦୮୬ ଘନଫୁଟ, ଶାସନ କେନାଲରେ ୫୦୦ ତଥା ସମ୍ବଲପୁଲ କେନାଲରେ ୧୦୫ ଘନଫୁଟ ଏବଂ ଶିଳ୍ପଭିଭିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସନ ହେଉଛି।

ସୂଚନାଯୋଗ୍ୟ, ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରର ଜଳସ୍ତର ୬୨୬.୦୬ ଫୁଟ ରହିଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।