ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

Aug 29, 2026 - 17:38
ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଏକାଧିକ ସ୍ଥାନ ଫାଟି ଏବେ ଗାତ ସୃଷ୍ଟି ହେଲାଣି। ଉକ୍ତ ଗାତଗୁଡ଼ିକର ଗଭୀରତା ଅଧିକ ହୋଇଥିବାରୁ ଭାରୀଯାନଗୁଡ଼ିକ ଯାତାୟାତ କରିବାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ସାଧାରଣ ଗାଡ଼ି ଯାତାୟାତରେ ବହୁ ଅସୁବିଧା ପରିଲକ୍ଷିତ ହୋଇଛି। ଏପରିସ୍ଥଳେ ଜାତୀୟ ରାଜପଥ ପ୍ରାଧିକରଣ ସବୁ ଦେଖି କେବଳ ନୀରବଦ୍ରଷ୍ଟା ସାଜିଛି। ରାଜପଥର ଏପରି ଅବସ୍ଥାକୁ ବିରୋଧ କରି ଗତ ୩ ସପ୍ତାହ ପୂର୍ବେ ବୀରମିତ୍ରପୁର ବିଧାୟକଙ୍କ ପକ୍ଷରୁ ରାଜପଥ ଅବରୋଧ କରାଯାଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ହେଲେ କର୍ତ୍ତୃପକ୍ଷ ସେତେବେଳେ ସବୁ ଠିକ୍‌ଠାକ୍‌ କରିଦେବୁ ବୋଲି କେବଳ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ର କୁହନ୍ତି ଯେ, ଗତ ଖରା ଦିନେ ଉକ୍ତ ରାଜପଥ ମରାମତି କରାଯିବା କଥା,ହେଲେ ତାହା ନ କରାଯିବାରୁ ରାଜପଥର ଏପରି ଅବସ୍ଥା ଦେଖାଦେଇଛି। ଏଥିପାଇଁ ରାଜପଥ ପ୍ରାଧିକରଣ ବିଭାଗର ଦୂରଦୃଷ୍ଟି ନ ଥିବା ନେଇ ପୌରପାଳିକା ଅଧ୍ୟକ୍ଷ ମିଶ୍ର ଅଭିଯୋଗ କରିବା ସହ କୁତ୍ରା – ସଲଙ୍ଗାବାହାଲ ରାସ୍ତାକୁ ପ୍ରଥମେ ମରାମତି କରାଯାଇ ସେ ରାସ୍ତାରେ ଭରିଯାନଗୁଡ଼ିକ ଯାତାୟାତ କଲେ ବୀରମିତ୍ରପୁର ରାସ୍ତା ଉପରେ ଏତେ ଲୋଡ୍‌ ପଡ଼ିବ ନାହିଁ ବୋଲି ମିଶ୍ର କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।