ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….
ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନାୟକଙ୍କ ଆଖିରେ ଆଘାତ ଲାଗିଛି
ସୂଚନା ଅନୁସାରେ, ଖୁଦୁରୁକୁଣୀ ଭସାଣି ପାଇଁ ଚଉମୁଇଁ ଅଞ୍ଚଳରେ ଏକ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ଡିଜେ ବଜାଯାଉଥିଲା। ରାତି ୧୦ଟା ପରେ ଡିଜେ ବଜାଇବାକୁ ଏସ୍ଆଇ ବିରୋଧ କରିଥିଲେ। ଏହାକୁ ନେଇ କିଛି ଯୁବକଙ୍କ ସହ ପୋଲିସ ଅଧିକାରୀଙ୍କର ବଚସା ହୋଇଥିଲା।
ପରେ ଉତ୍ତେଜନା ବଢ଼ିବା ସହ କିଛି ଯୁବକ ଏସ୍ଆଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। । ଘଟଣା ପରେ ଘଷିପୁରା ପୋଲିସ ତତ୍ପର ହୋଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ୪ ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଡିଏସ୍ ପି କମଳ କୁମାର ନାୟକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।