ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

Sep 18, 2026 - 21:31
ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା ରେ  ଶୁକ୍ରବାର ଛାତ୍ରୀ  ମାନଙ୍କ ନିମନ୍ତେ କ୍ୟାରିଅର୍ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ର ସଂଯୋଜିକା ତଥା ଅଧ୍ୟାପିକା ଡ଼.ନିର୍ମଳା ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ ସଭାପତିତ୍ବ କରିଥିଲେ।ଛାତ୍ରୀ ମାନଙ୍କ ଦକ୍ଷତା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ସେମାନେ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ନେଇ ସଭାରେ ପରାମର୍ଶ ଦିଆଯାଇଥିଲା।ଘରୋଇ ଶିକ୍ଷାନୁଷ୍ଠାନ ର ପ୍ରଶିକ୍ଷକ ଆଶୁତୋଷ ବେହେରା ଏବଂ ସହାୟକ ଶିବାନନ୍ଦ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରସଙ୍ଗ ରେ ପରାମର୍ଶ ଦେଇ ସେମାନଙ୍କ ଭବିଷ୍ୟତ ପାଠ ପଢା ସମ୍ପର୍କରେ ଆଲୋକପାତ କରିଥିଲେ।କଲେଜ ଅଧ୍ୟାପିକା ଡ଼. ଶାଲିନୀ ସକ୍ ସେନା, ଡ଼.ରଞ୍ଜିତା ପାତ୍ର,ସରିତା ନାହାକ,ସସ୍ମିତା ସ୍ବାଇଁ ଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପିକା ଉପସ୍ଥିତ ଥିଲେ। କଲେଜର ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ର ଶକ୍ତିଶ୍ରୀ ସାଥି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri –Odisha’s No.1 Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।