ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍
ନନ୍ଦିଘୋଷ ବ୍ୟୁରୋ : ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍। ବାମ ପାର୍ଶ୍ଵର ୧୯ଟି ଓ ଦକ୍ଷିଣ ପାର୍ଶ୍ଵର ୯ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଛତିଶଗଡ଼ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏତେ ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ୬୨୮.୧୯ ରେ ପହଞ୍ଚିଛି ଜଳସ୍ତର । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୯ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୪ ହଜାର ୪୩୨ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି। ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ୍ ।ମୋଟ୍ ୨୮ଟି ଗେଟ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମ ପାର୍ଶ୍ଵର ୧୫ଟି ଓ ଦକ୍ଷିଣ ପାର୍ଶ୍ଵର ୭ଟି ଗେଟ୍ ଖୋଲା । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ଗେଟ୍ । ହୀରାକୁଦର ୨୮ ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ପଡିଲେ ଆସନ୍ତାକାଲି ଆଉ କିଛି ଗେଟ ଖୋଲାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। କଟକ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ଜଳ ଆଜି ରାତିରେ ପହଞ୍ଚିବ। ଏଥିପାଇଁ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା ଗୋପ, ଏରସମା ବାଲିକୁଦା, ପାଟକୁରା ଭଳି ଅଞ୍ଚଳରେ ଛୋଟ ଧରଣର ବନ୍ୟା ହେବ ବୋଲି କୁହାଯାଇଛି। ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।