ଗଜଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଠି, ୭ ଦିନ ଧରି ଚାଲିବ ପୂଜାର୍ଚ୍ଚନା
ଗଞ୍ଜାମ,୨୨।୧୦(ବିଦ୍ୟାଧର ସାହୁ): ଆସନ୍ତା ୨୫ରେ ମା ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି । ଜଗନ୍ନାଥ ପୂଜକ ରିଣ୍ଟୁ ଶତପଥୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ବୁଧବାର ସନ୍ଧ୍ୟାରେ ଶୁଭ ଖୁଣ୍ଟ ଉଠିଥିଲା ।
ଗତ ୧୯୯୫ ମସିହା ବାତ୍ୟା ସମୟରେ ମା’ଙ୍କର ଏହି ପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୩୧ ବର୍ଷରେ ପହଂଚି ଥିବା ପୂଜା ପରିଚାଳନା କମିଟି ମୁଖ୍ୟ ତଥା ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି ସୂଚନା ଦେଇଛନ୍ତି । ଏହି ପୂଜା ସାତ ଦିନ ଧରି ଚାଲିବ । ପୂଜା ଆରମ୍ଭ ଦିନ ହୋମଯଜ୍ଞ ପରେ ମା ଗଜଲକ୍ଷ୍ମୀଙ୍କୁ ଅସ୍ଥାୟୀ ପୀଠରେ ବିରାଜମାନ କରାଯିବ । ପ୍ରତ୍ୟେକ ସନ୍ଧ୍ୟାରେ ମହା ଆଳତି ସହ ବିଭିନ୍ନ ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଆସନ୍ତା ଦୁଇରେ ପୂର୍ଣ୍ଣାହୁତି ବିସର୍ଜନ କାର୍ଯ୍ୟକ୍ରମ ରହିଥିବା ଆୟୋଯୋକଙ୍କ ପକ୍ଷରୁ କୁହାଯାଇଛି । ଶୁଭଖୁଣ୍ଟି ସ୍ଥାପନ ବେଳେ ସଙ୍ଘ ସଭାପତି ବାରିକିଙ୍କ ସମେତ ସମ୍ପାଦକ କାଁହୁଚରଣ ପଣ୍ଡା, କୋଷାଧକ୍ଷ ଜି ରାମଦାସ ରେଡି, ରମେଶ ମହାପାତ୍ର, ଦେବଦାସ, ଲୋକନାଥ ପଣ୍ଡା, ଜଗୁ ରେଡି, ଭେଙ୍କେଟେଶ୍ୱର ବୈଠାରୁ, ଉପସଭାପତି ଗଣେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।