ଗଞ୍ଜାମରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର

Sep 07, 2026 - 14:54
ଗଞ୍ଜାମରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୭।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆରମ୍ଭ ହେବ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା । ଏଥିରେ ବ୍ଲକର ଚାରୋଟି କ୍ଲଷ୍ଟର ତଥା ପୁଇଁତୋଳା, ପାଳିବନ୍ଧ, କରପଡା ଓ ରାଜପୁର କ୍ଲଷ୍ଟରର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

ଗୋଷ୍ଠୀ ଶିକ୍ଷାଧିକାରୀ ସରୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଉଦ ବର୍ଷରୁ କମ ଜୁନିଅର ଓ ୧୭ ବର୍ଷରୁ କମ ସିନିୟର ଦୁଇଟି ବିଭାଗରେ ବାଳିକାବାଳକଙ୍କ ମଧ୍ୟରେ ଖେଳ ହେବ । ଜୋନାଲରୁ କୃତି ଅର୍ଜନ ପରେ ବ୍ଲକ ସ୍ତରରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ପ୍ରତିଯୋଗିତାକୁ କରପଡା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ନାରାୟଣ ନାୟକ, ରାଜପୁର ହାଇସ୍କୁଲ କ୍ରୀଡା ଶିକ୍ଷକ ସୁରେଶ ପାତ୍ର, ଭାରତୀ ବିଦ୍ୟାପୀଠ ହାଇସ୍କୁଲ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟତ୍ରୀ ଛନ୍ଦା ରାଣୀ ସାହୁ, ଭାରତୀ ବିଦ୍ୟାପୀଠ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ବେହେରା ମାଝୀ ପ୍ରମୁଖ ପରିଚାଳନା କରିବେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।