ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

Sep 07, 2026 - 12:46
ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର ଏକ କାର୍ଯ୍ୟକ୍ରମରେ ନିଜ ନିର୍ବାଚନୀ ଭୋଟ୍‌କୁ ନେଇ ସେ ଏକ ମନ୍ତବ୍ୟ ଦେଇଥିଲେ । ଶିକ୍ଷିତ ଓ ଅଭିଜାତ ଅଞ୍ଚଳରେ ତାଙ୍କୁ ପ୍ରାୟ ୭୦ରୁ ୭୫ ପ୍ରତିଶତ ଭୋଟ୍ ମିଳିଥିବାବେଳେ, କ୍ରିମିନାଲ୍‌, ଅଣ୍ଡରୱାର୍ଲ୍ଡ ଓ ରେଡ୍‌ଲାଇଟ୍ ଅଞ୍ଚଳରେ ପ୍ରାୟ ୯୨ ପ୍ରତିଶତ ଭୋଟ୍ ମିଳିଥିଲା।

ତେବେ ଏହି ବୟାନର ଅର୍ଥ ନିଜର ଅପରାଧୀ କିମ୍ବା ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରହିଛି ବୋଲି ନେବା ଉଚିତ୍ ନୁହେଁ ବୋଲି ଗଡକରୀ ସ୍ପଷ୍ଟ କରିଛନ୍ତି। ସେମାନଙ୍କ କାର୍ଯ୍ୟକଳାପକୁ ସେ ସମର୍ଥନ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ଗଡକରୀଙ୍କ କହିବା ଅନୁସାରେ, ସେହି ଅଞ୍ଚଳଗୁଡ଼ିକରେ ରାସ୍ତା ନିର୍ମାଣ ସହ ବିଭିନ୍ନ ସାମାଜିକ କାମ କରାଯାଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଭୋଟ୍ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନିତିନ ଗଡକରୀଙ୍କ ବୟାନ ନେଇ ଚର୍ଚ୍ଚା ଏହା ପ୍ରଥମ ନୁହେଁ। ନିକଟରେ ସେ ନୂଆ ପିଢ଼ିକୁ ଅଧିକ ଦାୟିତ୍ୱ ଦେବା ଆବଶ୍ୟକତା ନେଇ ମଧ୍ୟ ମନ୍ତବ୍ୟ କରିଥିଲେ । ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସେହି ବୟାନର ରାଜନୈତିକ ଅର୍ଥ ନେବା ଠିକ୍ ନୁହେଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।