ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

Sep 15, 2026 - 22:06
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ ଧରି ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିବା ସହ ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା ଏବଂ ଧାର୍ମିକ କାର୍ଯ୍ୟକ୍ରମସବୁ ସମ୍ପନ୍ନ ହେଉଛି।

ଏହି ସାଂସ୍କୃତିକ ଓ ଧାର୍ମିକ ପର୍ବ ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସହର ଓ ଆଖପାଖ ଅଞ୍ଚଳର ବହୁ ପୂଜା ମଣ୍ଡପ ପରିଦର୍ଶନ କରି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହିତ ସେ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କ ସହ ସାକ୍ଷାତ ଆଲୋଚନା କରି ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଗଣେଶ ପୂଜା ପାଳନକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଆଜି ବିଭିନ୍ନ ମଣ୍ଡପରେ ଭଜନ ସନ୍ଧ୍ୟା, ସଙ୍ଗୀତ, ନୃତ୍ୟ ସମେତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ବିଶେଷକରି ସନ୍ଧ୍ୟା ସମୟରେ ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଟକିବା ସହ ଭକ୍ତ ଓ ଦର୍ଶକଙ୍କ ପ୍ରବଳ ସମାଗମ ଯୋଗୁ ସମଗ୍ର ଭଞ୍ଜନଗର ସହର ଚଳଚଞ୍ଚଳ ହୋଇଉଠିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।