ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

Aug 13, 2026 - 09:47
ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା ଦେଇ ହାତୀମାନେ ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହାତୀ ଗୁଡ଼ିକ ଏକାଠି ହୋଇ ଚଳପ୍ରଚଳ କରୁଛନ୍ତି। ଚାରିପଟେ ଘଞ୍ଚ ଜଙ୍ଗଲ ଓ ପାହାଡ ଥିବାରୁ ହାତୀମାନେ ଖାଦ୍ୟ ଖୋଜି ଗାଁ ଆଡକୁ ଆସୁଥିବା ଅନୁମାନ କରାଯାଉଛି।
ଗତ କିଛି ଦିନ ହେବ ଆନ୍ଧ୍ର ଅଞ୍ଚଳରୁ ଓଡିଶା ଭିତରେ ପଶି ଭୟର ବାତାବରଣ ସୃଷ୍ଟି କରିଛନ୍ତି l ଘଟଣା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି। ବନ ବିଭାଗ କର୍ମଚାରୀମାନେ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭୟରେ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବାବେଳେ ଜୀବନଜୀବିକା ପ୍ରଭାବିତ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି l


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।