ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ
ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ ସାଥୀମାନେ ଗୁଣପୁର ବିକ୍ରମପୁର ଅଞ୍ଚଳରେ ବଂଶଧାରା ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ବ୍ୟକ୍ତି ଜଣକ ବୁଡ଼ି ଯାଇ ନିଖୋଜ ହୋଯାଇଛନ୍ତି। ଗୁଣପୁର ଅଗ୍ନିଶମ ବିଭାଗର ସେଠାରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି। ବ୍ୟକ୍ତି ଜଣକ ରାୟଗଡ଼ା ଜିଲା କାଶୀପୁର ବ୍ଲକ ପଞ୍ଚାୟତ ଚନ୍ଦ୍ରଗିରି ଗ୍ରାମ ଚାନ୍ଦଗିରିର ରୂପସିଂ ମାଝୀ (୪୦) ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।