ଗାଧୋଇଲା ବେଳେ ଭାସିଯାଇ ୩ ଯୁବକ ନିଖୋଜ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ଦାନପୁର ପଂଚାୟତ ଗହଙ୍ଗା ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି । ଲୁଣା ନଦୀରେ ଗାଧୋଉଥିବା ବେଳେ ୩ ଜଣ ଯୁବକ ନଦୀସ୍ରୋତରେ ଭାସି ଯାଇଛନ୍ତି । ମଙ୍ଗଳବାର ଦିନ ପ୍ରାୟ ୧୦ଟା ସମୟରେ ଗହଙ୍ଗା ଗାଁର ୫ ଜଣ ଯୁବକ ଗାଧୋଇବା ପାଇଁ ଲୁଣାନଦୀକୁ ଯାଇଥିଲେ । ତେବେ ଗଭୀର ସ୍ରୋତରେ ସେମାନଙ୍କ ମଧ୍ୟରୁ ଜଣେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ୨ ଜଣ ନଦୀ ଭିତରକୁ ଚାଲି ଯାଇ ଭାସି ଯାଇଥିଲେ । ୩ ଜଣ ହାତ ଧରାଧରି ହୋଇ ପାଣିରେ ବୁଡ଼ି ଯାଇଥିଲେ । ଅନ୍ୟ ୨ ଯୁବକ ଗାଁରେ ଖବର ଦେବା ପରେ ଗାଁ ଲୋକ ଆସି ଖୋଜାଖୋଜି କରିଥିଲେ ମଧ୍ୟ କାହାର ପତ୍ତା ମିଳି ନ ଥିଲା । ଖବର ପାଇ ଅଗ୍ନୀଶମ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।