ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

Oct 01, 2026 - 08:27
ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି। ଗୁଆହାଟୀରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ମାତ୍ର ୪୩.୩ ଓଭରରେ ୨ ଉଇକେଟ ହରାଇ ପୂରଣ କରିଥିଲା।
ଓପନର୍‌ ଭାବେ ମଇଦାନକୁ ଓହ୍ଲାଇଥିବା ଗିଲ ୧୩୩ଟି ବଲ୍‌ରୁ ୨୬ଟି ଚୌକା ଓ ୮ଟି ଛକା ସହ ଅପରାଜିତ ୨୨୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ସେ ଭାରତକୁ ବଡ଼ ବିଜୟ ଦେଇଥିଲେ। ଏହି ଅସାଧାରଣ ପ୍ରଦର୍ଶନ ପାଇଁ ଗିଲଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ମିଳିଥିଲା।

ଗିଲଙ୍କ ଦମଦାର ଦ୍ୱିଶତକ ପାଇଁ ତାଙ୍କୁ ‘ପ୍ଲେୟର ଅଫ ଦ ମ୍ୟାଚ’ ପୁରସ୍କାର ସହ ୧.୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା। ମ୍ୟାଚ ପରେ ପୁରସ୍କାର ଗ୍ରହଣ କରିବା ସମୟରେ ଟିଭି ସ୍କ୍ରିନ୍‌ରେ ଗିଲଙ୍କ ପୁରସ୍କାର ରାଶି ଭାବେ ୧.୫୦ ଲକ୍ଷ ଟଙ୍କା ଦର୍ଶାଯାଇଥିଲା।

୨୨୩ ରନ୍‌ରେ ଅପରାଜିତ ଇନିଂସ ସହ ଗିଲ ଦିନିକିଆ କ୍ରିକେଟ୍‌ରେ ଅଧିନାୟକ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟର୍‌ ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ବୀରେନ୍ଦ୍ର ସେହ୍ବାଗଙ୍କ ନାଁରେ ଥିଲା। ସେହ୍ବାଗ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧୯ ରନ୍‌ର ଇନିଂସ ଖେଳିଥିଲେ। ୪୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବା ସମୟରେ ଭାରତକୁ ରୋହିତ ଓ ଗିଲ ଚମତ୍କାର ଆରମ୍ଭ ଦେଇଥିଲେ।

ରୋହିତ ମାତ୍ର ୭୫ଟି ବଲ୍‌ରୁ ୧୦ଟି ଚୌକା ଓ ୬ଟି ଛକା ସହ ୧୦୧ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଗିଲ ଓ ରୋହିତ ପ୍ରଥମ ଉଇକେଟ ପାଇଁ ୧୫୮ଟି ବଲ୍‌ରେ ୨୫୫ ରନ୍‌ର ବିଶାଳ ଭାଗୀଦାରି କରିଥିଲେ। ଏହି ଦମଦାର ଓପନିଂ ପାର୍ଟନରସିପ ଭାରତକୁ ବଡ଼ ଲକ୍ଷ୍ୟର ପିଛା କରିବାରେ ମଜଭୁତ ଭିତ୍ତି ପ୍ରଦାନ କରିଥିଲା।

ଦ୍ୱିତୀୟ ଦିନିକିଆରେ ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ୨-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। ଏହା ପୂର୍ବରୁ ତିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୮ ଉଇକେଟ୍‌ଷର ବିଜୟୀ ହୋଇଥିଲା।

ଏବେ ସିରିଜ୍‌ର ତୃତୀୟ ତଥା ଶେଷ ଦିନିକିଆ ଅକ୍ଟୋବର ୩ରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ। ଏହି ମ୍ୟାଚ ଜିତି ଭାରତ ୱେଷ୍ଟଇଣ୍ଡିଜକୁ ୩-୦ରେ ସିରିଜ ହରାଇବା ଲକ୍ଷ୍ୟରେ ରହିବ।

 

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।