ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ
ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁ ଦିବସ ଅବସରରେ ‘ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ’ ସମ୍ପର୍କିତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚର ପ୍ରମୁଖ କାର୍ଯ୍ୟକର୍ତ୍ତା କୁରେଶୁ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ କବି ବୃନ୍ଦାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସଭାରେ ନୂଆପଡ଼ା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଶଙ୍କର ପ୍ରସାଦ ପଣ୍ଡା, ଗୋପାଳପୁର କଲେଜର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ଼. ରାଜେନ୍ଦ୍ର କୁମାର ମହାପାତ୍ର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାଢ଼ୀ ମଞ୍ଚାସିନ ଥିଲେ। ଅତୀତର ଗୁରୁ ଶିଷ୍ୟ ପରମ୍ପରା ବର୍ତ୍ତମାନର ଗୁରୁ ଶିଷ୍ୟର ସମ୍ପର୍କ ମଧ୍ୟରେ ବହୁ ପାର୍ଥକ୍ୟ ରହି ଆସିଥିବା ଅତିଥିବୃନ୍ଦ ମତପୋଷଣ କରିଥିଲେ। ଦିଗପହଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାଢ଼ୀ, ପଦ୍ମ ଚରଣ ମେକାପ, ରମେଶ ଚନ୍ଦ୍ର ପାଢ଼ୀ, ସୁବାସ ଚନ୍ଦ୍ର ଚୌଧୁରୀ, ସିମାଞ୍ଚଳ ପାଠୀଙ୍କ ସମେତ ଶିକ୍ଷୟିତ୍ରୀ ନନ୍ଦିନୀ କୁମାରୀ ପଟ୍ଟନାୟକଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାଧନା ଓ ସହସ୍ରାଧିକ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷାଦାନ କରିଥିବାରୁ ସେମାନଙ୍କୁ ସମ୍ମାନପତ୍ର ସହ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଆଇନଜୀବୀ ପି.ଶିବଶଙ୍କର,ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସମ୍ପାଦକ କେ.ନାଗେଶ୍ଵର ରାଓ,କାର୍ଯ୍ୟକର୍ତ୍ତା ସୁଷମା ପାଠୀ,ସୁବାସ ପାଢ଼ୀ, ଜନାର୍ଦ୍ଦନ ପଣ୍ଡା, ଆର. ଦୀନବନ୍ଧୁ ,କବି ପୀତବାସ ତ୍ରିପାଠୀ,ଶିକ୍ଷୟତ୍ରୀ ଯାଜ୍ଞସେନୀ ରଥ, ସେଚ୍ଛାସେବୀ ଅଭିମନ୍ୟୁ ପାତ୍ର ପ୍ରମୁଖ ବହୁ ସଂଖ୍ୟକ ଗନ୍ୟମାନ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।