ଗ୍ୟାସ ଲିକ ଘଟଣା ସଂଖ୍ୟା ୧୨ରେ ପହଁଚିଛି

Jun 28, 2026 - 11:14

କେନ୍ଦୁଝର:ତାମିଲନାଡୁ ର ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲ ସି -ଫୁଡ ଏକ୍ସପୋର୍ଟ କମ୍ପାନୀ ରେ ଏମୋନିଆ ଗ୍ୟାସ ଲିକ ଘଟଣା ରେ ଆଉ ଜଣେ ଓଡ଼ିଆ ଯୁବତୀ ଙ୍କ ମୃତ୍ୟୁ ହୋଇଛି l ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହି ର ବୃନ୍ଦା ଜୁଆଙ୍ଗ ଙ୍କ ଝିଅ କବିତା ଜୁଆଙ୍ଗ ବୋଲି ଜଣାପଡିଛି, ଦୁର୍ଘଟଣା ଦିନ ଠାରୁ କବିତା ଶଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଗତକାଲି ସୁଦ୍ଧା ଏଇ ଦୁର୍ଘଟଣାରେ ୧୧ଜଣ ଯୁବତୀ ଙ୍କ ମୃତ୍ୟୁ ହୋଇଥିଲା ଆଜି ସଂଖ୍ୟା ୧୨ରେ ପହଁଚିଛି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।