ଘରୋଇ କଲେଜ ସିଲ୍ କଲା ପ୍ରଶାସନ, ତଦନ୍ତ ଆରମ୍ଭ
ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା ବିଭାଗର ଅଧିକାରୀମାନେ କଲେଜରେ ପହଞ୍ଚି ଛାନ୍ଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଛି।
କଲେଜ ଚେୟାରମ୍ୟାନଙ୍କ ବିରୋଧରେ କିଛି ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ବେଳେ କଲେଜର ଆବଶ୍ୟକ ଡକ୍ୟୁମେଣ୍ଟ ଏବଂ ହଷ୍ଟେଲ ଅନୁମତି ନ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ କଲେଜକୁ ସିଲ କରିବା ସହ ହଷ୍ଟେଲକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲେଜ ପ୍ରିନ୍ସିପାଲ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାକୁ ନେଇ ପ୍ରସାଶନ ପକ୍ଷରୁ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।