ଘୁର୍ଣ୍ଣିବଳୟ ସକ୍ରିୟ, ୧୭ତାରିଖ ଯାଏଁ ବର୍ଷା ସମ୍ଭାବନା

Oct 12, 2026 - 15:28
ଘୁର୍ଣ୍ଣିବଳୟ ସକ୍ରିୟ, ୧୭ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ଵର : ଦଶହରାରେ ବଢିଲା ବର୍ଷା ଆଶଙ୍କା ଦକ୍ଷିଣ । ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ୧୩ ତାରିଖ ବେଳକୁ ନେଇପାରେ ଲଘୁଚାପର ରୂପ । ଫଳରେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ତେବେ ଲଘୁଚାପର ତୀବ୍ରତାକୁ ନେଇ ଏଯାଏ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଆଗକୁ ଦଶହରା ଥିବାରୁ ସମ୍ଭାବ୍ୟ ଲଘୁଚାପକୁ ନେଇ ଲୋକଙ୍କ ମନରେ ଆଶଙ୍କା ବଢିଛି ।

ବଙ୍ଗୋପସାଗରରୁ ଲଗାତାର ଜଳୀୟ ବାଷ୍ପ ଆସୁଥିଲେ ମଧ୍ୟ କୌଣସି ଶକ୍ତିଶାଳୀ ସିଷ୍ଟମ ନଥିବାରୁ ରାଜ୍ୟରେ ଅତ୍ୟଧିକ ବର୍ଷାର କୌଣସି ସମ୍ଭାବନା ନାହିଁ । ତେବେ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ ଗଞ୍ଜାମ ଆଦି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କୁହୁଡ଼ିଆ ପରିବେଶ ଦେଖିବାକୁ ମିଳିପାରେ। ଆସନ୍ତା ୧୬ ତାରିଖ ବେଳକୁ ଆନ୍ଧ୍ର-ତାମିଲନାଡୁ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ସ୍ପଷ୍ଟ ଗତିବିଧି ଓ ପ୍ରଭାବ ଆସନ୍ତା ୧୪ ରୁ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ।

ଅନ୍ୟପଟେ ଉତ୍ତର ଭାରତରେ ସକ୍ରିୟ ପଶ୍ଚିମା ଝଡ଼ ଏବଂ ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ଦିଲ୍ଲୀ-ଏନ୍ସିଆର୍ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।