ଚାପ ଦୂର କରିବାର ସାତ ବିଜ୍ଞାନସିଦ୍ଧ ଉପାୟ
"ଦୈନନ୍ଦିନ ଜୀବନରେ ଚାପ ବା ଷ୍ଟ୍ରେସ୍କୁ ଏଡ଼ାଇବା ସବୁବେଳେ ସମ୍ଭବ ନୁହେଁ।
କାମର ଚାପ, ପାରିବାରିକ ସମସ୍ୟା, ଅନିଶ୍ଚିତତା ଓ ନିଦ୍ରାଭାବ ମଣିଷକୁ ଦୁଶ୍ଚିନ୍ତା, ବିରକ୍ତି ଓ ଅସ୍ଥିରତା ଭିତରକୁ ଠେଲିଦିଏ।
ଦୀର୍ଘକାଳୀନ ଚାପ ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଇଥାଏ।
ତେବେ ବୈଜ୍ଞାନିକ ଗବେଷଣାରୁ ନିଃସୃତ କିଛି ସରଳ ଉପାୟ ଅଛି, ଯାହା ଚାପ କମାଇବାରେ ସହାୟକ ହୋଇପାରେ।Advertisment Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ * ପ୍ରକୃତିର ବିସ୍ମୟକୁ ଉପଭୋଗ କରନ୍ତୁ: ପାହାଡ଼, ଆକାଶ, ସମୁଦ୍ର କିମ୍ବା ସୁନ୍ଦର ସଙ୍ଗୀତ ଭଳି ଅନୁଭୂତି ମନରେ "ବିସ୍ମୟ" ଜାତ କରିଥାଏ।
ଏହି ଭାବନା ଆମକୁ ଅଧିକ ସୃଜନଶୀଳ ଓ ଖୁସି କରିବା ସହ ମନରୁ ବିଷାଦର ଭାବନାକୁ କମାଇଦିଏ। * ପ୍ରିୟଜନଙ୍କ ସାନ୍ନିଧ୍ୟ: ବନ୍ଧୁ ବା ପରିବାରର ସାନ୍ନିଧ୍ୟ ଚାପପୂର୍ଣ୍ଣ ପରିସ୍ଥିତିକୁ ହାଲୁକା କରିଦିଏ।
ଏପରିକି ପ୍ରିୟ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବାର କଳ୍ପନା ମଧ୍ୟ ଚାପ କମାଏ ବୋଲି ଗବେଷଣାରୁ ଜଣାପଡ଼ିଛି। * ଧୀରେ ଶ୍ବାସକ୍ରିୟା: ଧୀର ଓ ଗଭୀର ନିଃଶ୍ୱାସ ପ୍ରଶ୍ବାସ ହୃଦ୍ସ୍ପନ୍ଦନ, କର୍ଟିସଲ୍ ଓ ଶରୀରର ଉତ୍ତେଜନା ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ। * ଖେଳିବା ପାଇଁ ସମୟ କାଢ଼ନ୍ତୁ: ଖେଳକୁଦ ଶିଶୁଙ୍କୁ ଯେଉଁସବୁ ସକାରାତ୍ମକ ଶାରୀରିକ ଓ ମାନସିକ ଲାଭ ଦେଇଥାଏ, ବଡ଼ ଲୋକଙ୍କୁ ମଧ୍ୟ ଅନୁରୂପ ସୁଫଳ ମିଳେ।
ଖେଳୁଆଡ଼ ମନୋଭାବ ଚାପ ମୁକାବିଲା କରିବାର ମାନସିକ ନମନୀୟତା ପ୍ରଦାନ କରିଥାଏ। * ବାଇନୋରାଲ୍ ବିଟ୍ ଶୁଣନ୍ତୁ: "ବାଇନୋରାଲ୍ ବିଟ୍" ନାମକ ବିଶେଷ ଧରଣର ସଙ୍ଗୀତ ଉପରେ ଗବେଷଣା ଚାଲିଛି।
କେତେକ ପ୍ରାରମ୍ଭିକ ଅଧ୍ୟୟନରେ ଏହା ମାନସିକ ଚାପ କମାଉଥିବାର ସଙ୍କେତ ମିଳିଛି।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା *ପୋଷା କୁକୁର ସହ ସମୟ କାଟନ୍ତୁ: ଚାପପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୁକୁର ସହ ମାତ୍ର ୧୦ ମିନିଟ୍ ବିତାଇବା ଦ୍ବାରା ଶରୀରର ନକାରାତ୍ମକ ପ୍ରତିକ୍ରିୟା ହ୍ରାସ ପାଇଥାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। * ଚାପ ନେଇ ଦୃଷ୍ଟିକୋଣ ବଦଳାନ୍ତୁ: ପ୍ରତ୍ୟେକ ଚାପକୁ କେବଳ କ୍ଷତିକାରକ ବୋଲି ନ ଭାବି, କେତେକ ସ୍ଥିତିରେ ଏହା ଆମକୁ ସତର୍କ ଓ ପ୍ରସ୍ତୁତ ରଖିପାରେ ବୋଲି ଭାବିବା, ନକାରାତ୍ମକ ମାନସିକ ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ।
ତେବେ ଦୀର୍ଘ କାଳ ଧରି ମାନସିକ ଚାପ ଭୋଗୁଥିଲେ ଡାକ୍ତରଙ୍କ ପାଖକୁ ଯିବା ଗୁରୁତ୍ବପୂର୍ଣ୍ଣ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।