ଚାଷୀଙ୍କ ପାଇଁ ଖୁସି ଖବର: ଆକାଉଣ୍ଟକୁ ଗଲା ଟଙ୍କା, ତୁରନ୍ତ କରି ନିଅନ୍ତୁ ଚେକ୍‌…

Oct 30, 2026 - 12:43
ଚାଷୀଙ୍କ ପାଇଁ ଖୁସି ଖବର: ଆକାଉଣ୍ଟକୁ ଗଲା ଟଙ୍କା, ତୁରନ୍ତ କରି ନିଅନ୍ତୁ ଚେକ୍‌…

ନୂଆଦିଲ୍ଲୀ,୩୦ା୧୦: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଗୁଜରାଟର ବନାସକାଣ୍ଠା ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସେଠାରୁ ଦେଶର କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ପଠାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର୍‌ (DBT) ମାଧ୍ୟମରେ ସାରା ଦେଶର ପ୍ରାୟ ୯.୩୪ କୋଟି ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ୍‌ ୧୮,୬୯୦ କୋଟି ଟଙ୍କା ସିଧାସଳଖ ପଠାଯାଇଛି। ବିନା କୌଣସି ମଧ୍ୟସ୍ଥତାରେ ଚାଷୀମାନଙ୍କୁ ସିଧାସଳଖ ସେମାନଙ୍କ ହକ୍‌ ଟଙ୍କା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କିସ୍ତି ମାଧ୍ୟମରେ ଓଡ଼ିଶାର ଚାଷୀମାନେ ମଧ୍ୟ ବିଶେଷ ଭାବେ ଲାଭାନୱିତ ହୋଇଛନ୍ତି। ରାଜ୍ୟର ପ୍ରାୟ ୩୫.୩୯ ଲକ୍ଷ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟ୍‌ ୭୦୭.୮୬ କୋଟି ଟଙ୍କା ଜମା ହୋଇଛି। ଚାଷ ଆରମ୍ଭ ସମୟରେ ମିଳିଥିବା ଏହି ସହାୟତା ଓଡ଼ିଶାର କୃଷକମାନଙ୍କୁ ବିହନ, ସାର, ଏବଂ କୃଷି ଉପକରଣ କିଣିବାରେ ବହୁତ ସାହାଯ୍ୟ କରିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।