ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଚାଣକ୍ୟଙ୍କ ଏହି ୩ କଥା, ବଦଳାଇଦେବ ପୂରା ଜୀବନ

Oct 17, 2026 - 16:07
ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଚାଣକ୍ୟଙ୍କ ଏହି ୩ କଥା, ବଦଳାଇଦେବ ପୂରା ଜୀବନ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏକ ସଫଳ ଜୀବନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରେ। ଚାଣକ୍ୟଙ୍କ ଅନୁସାରେ, ସଫଳତା ଏବଂ ସଠିକ ଦିଗ ପାଇଁ ତିନୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ଶୃଙ୍ଖଳା:
ପ୍ରଥମତଃ ଶୃଙ୍ଖଳା। ଏହା ବିନା କୌଣସି ଲକ୍ଷ୍ୟ ହାସଲ କରିବା ସମ୍ଭବ ନୁହେଁ। ଶୃଙ୍ଖଳା ହେଉଛି ସମୟ ଅନୁସାରେ କାମ କରିବା ଏବଂ ଆପଣଙ୍କ ନିର୍ଦ୍ଧାରିତ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବା। ବ୍ୟକ୍ତିଗତ ଜୀବନ ହେଉ କି ବୃତ୍ତିଗତ କିମ୍ବା ସାମାଜିକ ଦାୟିତ୍ୱ ମଧ୍ୟରେ ସଠିକ ସୀମା ଏବଂ ଶୃଙ୍ଖଳା ରଖିବା ଉଚିତ୍‌।

କଠିନ ପରିଶ୍ରମ:
କେବଳ ଚିନ୍ତା କରି କିମ୍ବା ଭାଗ୍ୟ ଉପରେ ନିର୍ଭର କରି କିଛି ହାସଲ କରାଯାଇପାରିବ ନାହିଁ। ସ୍ଥିର ଏବଂ ସୁନିର୍ଦ୍ଦେଶିତ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି।

ସକାରାତ୍ମକ ଚିନ୍ତାଧାରା:
କଷ୍ଟକର ସମୟରେ ମଧ୍ୟ ହାର ନ ମାନି ପ୍ରତ୍ୟେକ ସମସ୍ୟାକୁ ଏକ ନୂତନ ସୁଯୋଗ ଭାବରେ ଦେଖିବା ଆପଣଙ୍କୁ ମାନସିକ ଭାବରେ ଦୃଢ଼ କରିଥାଏ।

ଉପରୋକ୍ତ କଥାକୁ ମାନିଲେ ଜଣେ ବ୍ୟକ୍ତି ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ବୋଲି ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।