ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…
ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ଇନିଂସ୍ରେ ଶେଷରେ ବ୍ରେକ ଲାଗିଛି। ଶ୍ରୀଲଙ୍କା ଅଧିନାୟକ ସହାନ ଆରାଛିଗେଙ୍କ ବଲ୍ରେ ସେ ଆଉଟ ହୋଇଥିବା ବେଳେ ସିନେଥ ଜୟବର୍ଦ୍ଧନେ ଏକ ଚମତ୍କାର କ୍ୟାଚ ଧରିଥିଲେ।
ବୈଭବ ମାତ୍ର ୨୧ଟି ବଲ୍ରେ ସାମ୍ନା କରି ୩୮ ରନ୍ର ଦ୍ରୁତ ପାଳି ଖେଳିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୮୦.୯୫ ରହିଥିଲା। ଏହି ଇନିଂସ୍ରେ ତାଙ୍କ ବ୍ୟାଟ୍ରୁ ୬ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଥିଲା। ବୈଭବଙ୍କ ଆଉଟ ହେବାର ଢଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଆରାଛିଗେଙ୍କ ବଲ୍ରେ କ୍ରିଜ ଛାଡ଼ି ଅଫ ଷ୍ଟମ୍ପ ବାହାରକୁ ଯାଉଥିବା ବଲ୍କୁ ଖେଳିବାକୁ ଚେଷ୍ଟା କରିଥିଲେ।
ତେବେ ବଲ୍ରୁ ଟର୍ନ ଓ ଗତିକୁ ଠିକ ଭାବେ ବୁଝିନପାରିବାରୁ ବଲ ତାଙ୍କ ବ୍ୟାଟ୍ରେ ଏଜ ଲାଗି ଶର୍ଟ ଥାର୍ଡ ମ୍ୟାନ ଅଞ୍ଚଳକୁ ଉଠିଯାଇଥିଲା। ସେଠାରେ ସିନେଥ ଜୟବର୍ଦ୍ଧନେ କୌଣସି ଭୁଲ ନ କରି ଉଚ୍ଚକୁ ଉଠି କ୍ୟାଚ ଧରିଥିଲେ। ଫଳରେ ଏକ ଆକର୍ଷଣୀୟ ପାଳି ଖେଳିଥିବା ବୈଭବଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।
ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଏପର୍ଯ୍ୟନ୍ତ ୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୭ଟି ଇନିଂସ୍ରୁ ସେ ୩୨.୧୭ ହାରରେ ମୋଟ ୨୩୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ଅଛି। ତାଙ୍କ ସର୍ବାଧିକ ସ୍କୋର ହେଉଛି ୮୧ ରନ। ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲରେ ୩୮ ରନ୍ର ଦ୍ରୁତ ପାଳି ଖେଳି ବୈଭବ ପୁଣିଥରେ ନିଜ ଆକ୍ରମଣାତ୍ମକ ବ୍ୟାଟିଂର ଝଲକ ଦେଖାଇଛନ୍ତି।
See ball hit ball!
Vaibhav once again got India off to a flyer on a difficult pitch.
38 (21b 6×4 2×6) SR: 180.95.#INDvSL #AsianGames #Japan #TeamIndia #T20I #VaibhavSooryavanshi #AichiNagoya2026pic.twitter.com/gAG9imxLUw
— lightningspeed (@lightningspeedk) October 1, 2026
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।