ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

Jul 27, 2026 - 14:09
ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଯୋଗ୍ୟ, ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲାରେ ପୋଲିସ ଅନ୍ଦୋଳନକାରୀଙ୍କ ଉପରେ ଫାୟାରିଂ କରିଥିଲା ଅନ୍ୟପକ୍ଷେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ପେଲେଟ ଗନ ବ୍ୟବହାର ଏବଂ ବିହାରରେ AK-47 ରାଇଫଲରୁ ଫାୟାରିଂକୁ ବିରୋଧ କରି ଲୋକସଭାରେ ବିରୋଧୀ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସଂସଦରେ ବିଲ ଆଗତ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ୍‌ ଆଗତ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।