ଜଗତସିଂହପୁର ଜିଲ୍ଲାରେ ପୁଣି ମାତିଲେ ଅପରାଧୀ
ନନ୍ଦିଘୋଷ ବ୍ୟୁରୋ :ଜଗତସିଂହପୁର ଜିଲ୍ଲାରେ ପୁଣି ମାତିଲେ ଅପରାଧୀ। ଜଗତସିଂହପୁର ଥାନା ଠାରୁ ମାତ୍ର ଦେଢ କିଲୋମିଟର ଦୂର ପ୍ରସିଦ୍ଧ ସୋମନାଥ ହାଟ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଛଅ ସାତ ଜଣ ଦୁର୍ବୃତ୍ତ ପରିବା ହୋଲସେଲର ପ୍ରତାପ ନାୟକଙ୍କ ମୁଣ୍ଡ ଓ ବେକରେ ବନ୍ଧୁକ, କଟୁରୀ ଲଗାଇ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେହିପରି ଗୋପାଳ ସ୍ୱାଇଁ ଙ୍କ ଠାରୁ 16 ରୁ 17 ହଜାର ଟଙ୍କା ଲୁଟିନେଇ ଗୋରୁ ହାଟ ଠାରୁ ବାଇକ୍ ଧରି ଫେରାର୍ ହୋଇଯାଇଥିଲେ l
ଗଲାବେଳେ ହାତରେ ଧରିଥିବା ବୋମା ବେପାରୀଙ୍କ ଉପରକୁ ଫିଙ୍ଗି ଫୁଟାଇ ଆତଙ୍କ ସୃଷ୍ଟି କରି ଖସିଯାଇଥିଲେ l ଭୟଭୀତ ଅବସ୍ଥାରେ ଥିବା ବ୍ୟାବସାୟି 112 କୁ କଲ କରି ସଂଗେ ସଂଗେ ପୋଲିସ ଜଣାଇଥିଲେ l ପୋଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି। ଘଟଣା ସ୍ଥଳରୁ ପୋଲିସ ତିନୋଟି ଅଫୁଟା ବୋମା ଜବତ କରି ତଦନ୍ତ ପକ୍ରିୟା କୁ ଜୋରଦାର୍ କରିଛି l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।