ଜମି ବିବାଦରୁ ପୁଅକୁ ହତ୍ୟା କଲେ ବାପା
ଭଦ୍ରକ : ପାରିବାରିକ କଳହର ଉଗ୍ର ରୂପ । ଜମି ବିବାଦକୁ ନେଇ ପୁଅକୁ ନୃଶଂସ ଭାବରେ ହତ୍ୟା କଲେ ବାପା । ଏଭଳି ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗାଁରେ । ବୋହୂକୁ ଘରେ ତାଲା ମାରି ପୁଅକୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବିକାଶ କୁମାର ସାହୁ । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜମି ବିବାଦରୁ ଆଜି ସକାଳେ ବାପାଙ୍କ ଆକ୍ରମଣରେ ବିକାଶ ଗୁରୁତର ହେବା ପରେ ତାଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବାପା ରବୀନ୍ଦ୍ର ସାହୁ ଓ ସାବତ ମାଆ ମମତା ସାହୁଙ୍କୁ ପୁଲିସ ଗିରଫ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।