ଜଳ ନିଷ୍କାସନକୁ ନେଇ ଧାମରା ବନ୍ଦର ଆଗରେ ପଞ୍ଚାୟତବାସୀଙ୍କ ଧାରଣା

Aug 18, 2026 - 15:05

ଧାମରା: ଧାମରା ବନ୍ଦର (ଆଦାନୀ)କର୍ତ୍ତୃପକ୍ଷ ନିଜ ମନମାନୀରେ କଇଥଖୋଲା ଏବଂ ଦୋସିଙ୍ଗା ପଞ୍ଚାୟତରେ ଥିବା ୫ଟି ପାଣି ନିଷ୍କାସନ ନାଳକୁ ପୋତି ଦେଇ ଥିବାରୁ ଏହି ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଏହି ଦୁଇଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହୁଛି। ଆଜି ପର୍ଯ୍ୟନ୍ତ ଶହ ଶହ ଚାଷୀ ନିଜର ଚାଷଜମିକୁ ଯାଇ ପାରୁନାହାନ୍ତି ଏବଂ ଚାଷ ମଧ୍ୟ କରି ପାରୁ ନାହାନ୍ତି। ଏ ବାବଦରେ ଆଦାନୀ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏହାର ପ୍ରତିବାଦରେ କଇଥଖୋଲା ପଞ୍ଚାୟତ ବାସୀ ୩ନମ୍ବର ଗେଟ ଏବଂ ଦୋସିଙ୍ଗା ପଞ୍ଚାୟତବାସୀ ଧାମରା ବନ୍ଦର ୧ନମ୍ବର ଗେଟ ଆଗରେ ଧାରଣା ଅବ୍ୟାହତ ରଖିଛନ୍ତି। ଖବର ଲେଖା ହେବା ବେଳକୁ ୧ନମ୍ବର ଗେଟ ଆଗରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ବେଳେ ୩ ନମ୍ବର ଗେଟ ଆଗରେ ଧାରଣା ଅବ୍ୟାହତ ହୋଇ ରହିଛି। ସକାଳ ୮ଟାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ପାଣି ନିଷ୍କାସନ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ହୋଇ ରହିବ ବୋଲି କଇଥଖୋଲାବାସୀ ସୂଚନା ଦେଇଛନ୍ତି।

ଗୁରୁ-ଶନି ହେଲେ ଏକାଠି : ଦୀପାବଳି ପର୍ଯ୍ୟନ୍ତ ଏହି ରାଶିଙ୍କୁ ଖାଲି ମିଳିବ ଧନ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।