ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମହିଳାଙ୍କ ସମେତ ୩ଅଟକ

Oct 24, 2026 - 16:42
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମହିଳାଙ୍କ ସମେତ ୩ଅଟକ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବର୍ତ୍ତନା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ନାବାଳିକାଙ୍କୁ ହତ୍ୟା ଘଟଣା । ଜଣେ ୧୪ବର୍ଷିଆ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଛି । ନାମ୍ପୋ ଫାଣ୍ଡି ଅନ୍ତର୍ଗତ ବର୍ତନା ପଞ୍ଚାୟତର ଶୁଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଥିବା ଏକ ଢେରାପଦା ଗ୍ରାମର ଜମିରେ ଗଛ ନିକଟରୁ ଗୁରୁବାର ସକାଳେ ଜଣେ ନାବାଳିକାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମୃତ ନାବାଳିକା ହେଲେ ଦୀପିକା ଜେନା (୧୪)। ସେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ତିନିଜଣଙ୍କୁ ଉଠାଇନେଇଛି । ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛି ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା ଓରଫ୍‌ କାହ୍ନା । ଜେରା କରିବା ପରେ ଅନେକ ତଥ୍ୟ ଓଗାଳିଛି ପୋଲିସ ।

ପୁଲିସର ସୂଚନା ଅନୁଯାୟୀ, କାହ୍ନାର ନାବାଳିକାଙ୍କ ସହ ପରିଚୟ ଥିଲା।  ଗତ ୧୬ ତାରିଖ ଦିନ କାହ୍ନା ନାବାଳିକାଙ୍କୁ ବୁଲାଇ ନେବାକୁ କହି ଘରୁ ଡାକି ନେଇଥିଲେ । ଏହାପରଠାରୁ ଦୀପିକାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଦୀପିକା ନିଖୋଜ ନେଇ ପରିବାର ଲୋକେ ନାମ୍ପୋ ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ ଗୁରୁବାର ଦିନ ସ୍ଥାନୀୟ ବର୍ତ୍ତନା ଜଙ୍ଗଲରୁ ଦୀପିକାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହଟି ବିକୃ ହୋଇଯାଇଥିବାବେଳେ ତାଙ୍କ ଚୁଟି ଲଣ୍ଡା କରି ଦିଆଯାଇଥିଲା ଏବଂ ମୃତ ଦେହକୁ ଏସିଡ ଢାଳି ଜାଳି ଦିଆଯାଇଥିଲା । ଘଟଣାର ତଦନ୍ତ କରି ବର୍ତନା ପଞ୍ଚାୟତର ସୁଲତାନପୁର ଗ୍ରାମର ଶଶିକାନ୍ତ ଜେନାଙ୍କ ପୁଅ କାହ୍ନୁଚରଣ ଜେନା (୨୨)ଙ୍କୁ ଗିରଫ କରିଥିଲା ପୋଲିସ । ଜେରା ପରେ କାହ୍ନା ତାଙ୍କୁ ହତ୍ୟା କରିଥିବା ବାଲେଶ୍ବର ଏସ୍‌ପି ପ୍ରତ୍ୟୁଷ ଦିବାକର ଜଳେଶ୍ବରରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଘଟଣା ସମୟରେ କିମ୍ବା ହତ୍ୟା ପରେ ସେଠାରେ ଅନ୍ୟ କେହି ଉପସ୍ଥିତ ଥିଲେ କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି । ଶବ ଉଦ୍ଧାର ହୋଇଥିବା ସ୍ଥାନର ପରିସ୍ଥିତି ଓ ମୃତଦେହର ଅବସ୍ଥାକୁ ଦେଖି ସେଥିରେ ନାଇଟ୍ରିକ୍‌ ଏସିଡ୍‌ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଏହି ଏସିଡ୍‌ ଅଳଙ୍କାର ତିଆରି କାମରେ ବ୍ୟବହୃତ ହୋଇଥାଏ । ଏସିଡ୍‌ ବ୍ୟବହାର ହୋଇଥିଲେ, କାହ୍ନା ଏହାକୁ ପୂର୍ବ ଯୋଜନା ଅନୁଯାୟୀ ସାଙ୍ଗରେ ଆଣିଥିଲା ନା ଘଟଣାର କିଛି ଘଣ୍ଟା ପରେ ଶବରେ ପକାଇଥିଲା, ତା’ର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଅନ୍ୟପକ୍ଷରେ, ନାବାଳିକାଙ୍କ ପରିବାରକୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୂର୍ବାହ୍ନ ୯ଟାରୁ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାରଠାରେ ରାସ୍ତା ଅବରୋଧ କରାଯାଇଛି ।

ଏହି ଘଟଣାରେ ପ୍ରତିବାଦ କରି ବିଜେଡି ୨୭ ତାରିଖରେ ଜଳେଶ୍ବର ବନ୍ଦ ଡାକରା ଦେଇ ଥିବାବେଳେ  ତେଣେ ସିପିଏମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହାଛଡ଼ା ଆଜି ସକାଳ ୯ଟାରୁ ୧୧ଟା ଯାଏ ଦେବସେନା ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ଖାଲି ସେତିକି ନୁହେଁ, ତିନି ଦିନ ଧରି ରାସ୍ତାରୋକ ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।