ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା, ୨୨ ଯାଏଁ ଚାଲିବ ମହାସମର
ବରଗଡ଼: ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା । ଜାନୁଆରୀ ୨୨ ତାରିଖ ଯାଏଁ ଚାଲିବ ଯାତ୍ରା । ବୈଠକରେ ବିଧିବଦ୍ଧ ଘୋଷଣା । ବରଗଡ଼ ୭୯ ତମ ଧନୁଯାତ୍ରା ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାନୁଆରୀ ୧୨ରୁ ୨୨ ତାରିଖ ଯାଏଁ ବିଶ୍ଵର ସର୍ବବୃହତ୍ତ ରଙ୍ଗମଞ୍ଚରେ ଯାତ୍ରା ଅନୁଷ୍ଠିତ ହେବ । ବରଗଡ଼ ମଥୁରା କଟକ ଓ ଅମ୍ବାପାଲ୍ଲୀ ହେବ ଗୋପପୁର । ଦୁଇଟି ଗାଁରେ ଚାଲିବ ଧନୁଯାତ୍ରା । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରାର କାର୍ଯ୍ୟକାରୀ ଓ ଉପଦେଷ୍ଟ କମିଟିକୁ ନେଇ ବସିଥିବା ବୈଠକରେ ଯାତ୍ରାର ଆୟବ୍ୟୟ ନେଇ ସବିଶେଷ ଆଲୋଚନା ହୋଇଥିଲା । ଆସନ୍ତା ଏକମାସ ଭିତରେ କମିଟି ବୈଠକ ବସି ଏନେଇ ଚୂଡ଼ାନ ଲକ୍ଷ୍ୟ ପ୍ରସ୍ତୁତ କରାଯିବ ଏହାସହ ଖୁବଶୀଘ୍ର କଳାକାର ଚୟନ ନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।