ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

Oct 04, 2026 - 20:08
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଏକ ଜାଲରେ ସାପଟି ଛନ୍ଦି ହୋଇଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।
ପରେ ବନ ବିଭାଗ ପକ୍ଷରୁ ସ୍ନେକ ହେଲପ ଲାଇନକୁ ଜଣାଇଥିଲେ। ଛତ୍ରପୁର ଫରେଷ୍ଟର ବାବୁ ସେଠୀଙ୍କ ଉପସ୍ଥିତିରେ ସ୍ନେକ ହେଲପ ଲାଇପ ଲାଇନର ଗଣପତି ସାହୁ ଘଟଣାସ୍ଥଳରେ ପହଞ୍ଚି ଜାଲରୁ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଅଜଗରଟିକୁ ଟାମଣା ଘାଟି ଜଙ୍ଗଲରେ ନିରାପଦ ସ୍ଥାନରେ ଛାଡ଼ି ଦିଆଯାଇଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।