ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

Oct 02, 2026 - 12:14
ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା ରିଚାର୍ଜ ସୁବିଧା ରହିଛି । ଏହି ଅବଧି ମଧ୍ୟରେ ଗ୍ରାହକମାନେ ପ୍ରତି ମାସରେ ୧୪ ଜିବି ହାଇସ୍ପିଡ୍‌ ଡାଟା ଏବଂ ଅସୀମିତ ଏଚ୍‌ଡି ଭଏସ୍‌ କଲିଂ ସୁବିଧା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ବିଶେଷ ଭାବରେ ସେହି ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହି ଅଫର ଆରମ୍ଭ କରିଛି, ଯେଉଁମାନେ ଏବେ ମଧ୍ୟ ୨ଜି ଫିଚର ଫୋନ ବ୍ୟବହାର କରୁଛନ୍ତି ।

ଜିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଭଳି ଗ୍ରାହକମାନେ ସାଧାରଣତଃ ରିଚାର୍ଜ ପାଇଁ ମାସକୁ ଅତି କମ୍‌ରେ ପ୍ରାୟ ୧୯୯ ଟଙ୍କା ଖର୍ଚ୍ଚ କରନ୍ତି । ୬ ମାସରେ ଏହି ଖର୍ଚ୍ଚ ରାଶି ପ୍ରାୟ ୧୨୦୦ ଟଙ୍କା ହୋଇଥାଏ । ଏହାକୁ ବିଚାରକୁ ନେଲେ ଜିଓଭାରତ ସହ ୧୪୯୯ ଟଙ୍କାରେ ଫୋନ୍‌ ଏବଂ ୬ ମାସର ରିଚାର୍ଜ ଉଭୟ ପାଇବା ଦ୍ୱାରା ୨ଜିରୁ ୪ଜିକୁ ଉନ୍ନୀତ ହେବାର ପ୍ରକୃତ ଅତିରିକ୍ତ ଖର୍ଚ୍ଚ ମାତ୍ର ୨୯୯ ଟଙ୍କା ହେବ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।