ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ
ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ମତଭେଦ ରହିଥିବା ଖବରକୁ ଉଲ୍ଲେଖ କରି ନବୀନ କହିଛନ୍ତି , ସମ୍ପୂର୍ଣ୍ଣ SIR ପ୍ରକ୍ରିୟାର ପୁନଃସମୀକ୍ଷା କରାଯିବା ଆବଶ୍ୟକ।
ଗଣମାଧ୍ୟମକୁ ନବୀନ ପଟ୍ଟନାୟକ କହିଛନ୍ତି , ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ଗଭୀର ମତଭେଦ ଥିବାରୁ CEC ଜ୍ଞାନେଶ କୁମାର ଇସ୍ତଫା ଦେବା ଉଚିତ୍। ସେହିପରି ସମ୍ପୂର୍ଣ୍ଣ SIR ପ୍ରକ୍ରିୟାକୁ ଭଲ ଭାବରେ ସମୀକ୍ଷା କରି ପୁନଃବିଚାର କରିବା ଦରକାର ବୋଲି ସେ କହିଛନ୍ତି।
ନବୀନଙ୍କ କହିବା ଅନୁସାରେ, BJD ଆରମ୍ଭରୁ ହିଁ ଓଡ଼ିଶାରେ SIR ପ୍ରକ୍ରିୟାକୁ ବିରୋଧ କରିଆସୁଛି।
ଏହା ପୂର୍ବରୁ BJD ଓଡ଼ିଶାର SIR ପ୍ରକ୍ରିୟାରେ ଅନିୟମିତତା ଥିବା ଅଭିଯୋଗ କରିଥିଲା। ଦଳର ନେତାମାନେ ଦାବି କରିଥିଲେ ଯେ ରାଜ୍ୟର ପ୍ରାୟ ୨୫ ଲକ୍ଷ ଯୋଗ୍ୟ ଭୋଟରଙ୍କ ନାମ SIR ପ୍ରକ୍ରିୟାରେ ମ୍ୟାପ ହୋଇନାହିଁ ଏବଂ ସେମାନେ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଏହି ଦାବିକୁ BJD ନେତାମାନେ ରଖିଥିବା ବେଳେ ନିର୍ବାଚନ ପ୍ରକ୍ରିୟାରେ ସଂଶୋଧନ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।