ଡବ୍ଲ୍ୟୁପିଏଲ୍‌ ଜାନୁଆରୀ ୧୪ରୁ; ଅକ୍ଟୋବର ୨୮ରେ ନିଲାମ

Sep 17, 2026 - 18:06
ଡବ୍ଲ୍ୟୁପିଏଲ୍‌ ଜାନୁଆରୀ ୧୪ରୁ; ଅକ୍ଟୋବର ୨୮ରେ ନିଲାମ

ନୂଆଦିଲ୍ଲୀ: ବିସିସିଆଇ ଦ୍ବାରା ଆୟୋଜିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ୨୦୨୭ ସଂସ୍କରଣ ଜାନୁଆରୀ ୧୪ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍‌ ଫେବୃଆରୀ ୭ରେ ଖେଳାଯିବ। ବୁଧବାର ବିସିସିଆଇ ଏହା ଘୋଷଣା କରିଛି। ଗତବର୍ଷ ଡବ୍ଲ୍ୟୁପିଏଲ୍‌ ୨ଟି ଷ୍ଟାଡିୟମ୍‌ ନବି ମୁମ୍ବଇ ଓ ବରୋଦା ଖେଳା ଯାଇଥିଲା। ୨୦୨୭ରେ ମଧ୍ୟ ଦୁଇଟି ଭେନ୍ୟୁରେ ଆୟୋଜିତ ନେଇ ବିସିସିଆଇ ଚିନ୍ତା କରିଛି। ତେବେ ଡବ୍ଲ୍ୟୁପିଏଲ୍‌ର ପଞ୍ଚମ ସଂସ୍କରଣ କେଉଁ ସହରରେ ଖେଳାଯିବ; ତାହା ପରେ ଘୋଷଣା କରାଯିବ। ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଚମ୍ପିଆନ୍‌ ହୋଇଥିଲା। ୨୦୨୭ରେ ମହିଳା ଚମ୍ପିଆନ୍‌ସ ଟ୍ରଫିର ପ୍ରଥମ ସଂସ୍କରଣ ଶ୍ରୀଲଙ୍କାରୁ ଭାରତକୁ ସ୍ଥାନାନ୍ତର ହୋଇଛି। ଏହା ଫେବୃଆରୀ ୧୪ରୁ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୬ଟି ଦଳ ଟି୨୦ ଫର୍ମାଟରେ ଖେଳିବେ। ଏହାର ସମସ୍ତ ମ୍ୟାଚ୍‌ ମୁମ୍ବଇ ଓ ବରୋଦାରେ ଖେଳାଯିବ। ବାରାଣସୀକୁ ବିକଳ୍ପ ସ୍ଥାନ ଭାବେ ରଖାଯାଇଛି। ଚମ୍ପିଆନ୍‌ସ ଟ୍ରଫି ପୂର୍ବରୁ ଡବ୍ଲ୍ୟୁପିଏଲ୍‌ ସମାପ୍ତ ହେବ। ଡବ୍ଲ୍ୟୁପିଏଲ୍‌ର ଖେଳାଳି ନିଲାମ ଅକ୍ଟୋବର ୨୮ରେ କେରଳର କୋଚିରେ ଅନୁଷ୍ଠିତ ହେବ। ଏହା ୫ଟି ଯାକ ଫ୍ରାଞ୍ଚାଇଜିଙ୍କୁ ଅବଗତ କରାଯାଇଛି। ୫ଟି ଯାକ ଫ୍ରାଞ୍ଚାଇଜି ସେପ୍ଟେମ୍ବର ୨୮ ସୁଦ୍ଧା କେଉଁ ଖେଳାଳିଙ୍କୁ ରଖିବେ ଏବଂ କାହାକୁ ଛାଡ଼ିବେ; ତା’ର ତାଲିକା ବିସିସିଆଇକୁ ଦେବେ। ପ୍ରତ୍ୟେକ ଦଳରେ ସବାଧିକ ୧୮ ଜଣ ଖେଳାଳି ରହିପାରିବେ; ଯେଉଁଥିରେ ୬ ଜଣ ବିଦେଶୀ ଖେଳାଳି ସାମିଲ ହୋଇପାରିବେ। ଖେଳାଳିଙ୍କ ସର୍ବାଧିକ ମୂଲ୍ୟ ୧୫ କୋଟି ଟଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।