ଢେଙ୍କାନାଳରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ମାରିଥିଲେ
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ ଜୁଆଙ୍ଗ ସାହିରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ଗିରିଶ ପଧାନ ପିଟିପିଟି ମାରିଥିଲେ। ସେ ମରିଯିବାରୁ ତାଙ୍କୁ ଘର ପଛପଟ ବାଡ଼ିରେ ପୋତି ଦେଇଥିଲେ।
ଅଭିଯୁକ୍ତ ସ୍ୱାମୀ ଗିରଫ
ଗ୍ରାମବାସୀଙ୍କଠୁ ଖବର ପାଇ ଆଜି ସଦର ଥାନା ପୁଲିସ ଗ୍ରାମରେ ପହଞ୍ଚି ଶବକୁ ଜବତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଗତକାଲି ଅଭିଯୁକ୍ତ ସ୍ବାମୀ ସ୍ତ୍ରୀକୁ ସୁଭଦ୍ରା ଟଙ୍କା ମାଗିଥିଲେ। ହେଲେ ସ୍ତ୍ରୀ ଟଙ୍କା ନ ଦେବାରୁ ତାକୁ ପିଟିପିଟି ମାରିଥିଲେ। ତାପରେ ବାଡ଼ିରେ ପୋତି ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।