ତରଙ୍ଗ ଶକ୍ତି ୨୦୨୬ ପୂର୍ବରୁ ବାୟୁସେନାର ଜୋରଦାର ଅଭ୍ୟାସ

Oct 07, 2026 - 11:51
ତରଙ୍ଗ ଶକ୍ତି ୨୦୨୬ ପୂର୍ବରୁ ବାୟୁସେନାର ଜୋରଦାର ଅଭ୍ୟାସ

ନନ୍ଦିଘୋଷ ବ୍ୟୁରୋ: ତରଙ୍ଗ ଶକ୍ତି ୨୦୨୬ ପୂର୍ବରୁ ବାୟୁସେନାର ଜୋରଦାର ଅଭ୍ୟାସ । ଏନେଇ ଭାରତୀୟ ବାୟୁସେନା ଅଭ୍ୟାସ ତରଙ୍ଗ ଶକ୍ତି-୨୦୨୬ର ଏକ ଭିଡିଓ ସେୟାର କରିଛି । ଏଥିରେ ଅଂଶଗ୍ରହଣକାରୀ ସମସ୍ତ ଦେଶର ବିମାନ ଓ ବାୟୁସେନା କର୍ମଚାରୀମାନେ ଏକ ମିଳିତ ଫର୍ମେସନରେ ଏକତ୍ରିତ ହୋଇଛନ୍ତି । ଭାରତୀୟ ବାୟୁସେନାର ବହୁରାଷ୍ଟ୍ରୀୟ ବାୟୁ ଅଭ୍ୟାସ ତରଙ୍ଗ ଶକ୍ତି ୨୦୨୬ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୨୬ ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନ୍ ଏବଂ ଏହାର ଆଖପାଖ ବାୟୁସେନା ଘାଟିଗୁଡ଼ିକରେ ଅନୁଷ୍ଠିତ ହେବ । ଏହି ଅଭ୍ୟାସର ଲକ୍ଷ୍ୟ ହେଉଛି ଅଂଶଗ୍ରହଣକାରୀମାନଙ୍କୁ ବାସ୍ତବବାଦୀ ତଥା ଆଧୁନିକ ଯୁଦ୍ଧକ୍ଷେତ୍ରରେ ବହୁରାଷ୍ଟ୍ରୀୟ ମିଳିତ ଯୁଦ୍ଧ କାର୍ଯ୍ୟାନୁଷ୍ଠାନର ଯୋଜନା ଓ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ଏବଂ ରଣନୈତିକ ଦୃଷ୍ଟିକୋଣରୁ ଉପଯୁକ୍ତ ସମାଧାନ ଖୋଜି ବାହାର କରିବା । ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ଶ୍ରୀଲଙ୍କା, ୟୁଏଇ ଏବଂ ଆମେରିକା ଭଳି ଆଠଟି ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ରାଷ୍ଟ୍ର ନିଜର ବାୟୁସେନା ସାମଗ୍ରୀ ଓ ବିମାନ ସହିତ ଅଂଶଗ୍ରହଣ କରିବେ । ୩୨ଟି ଦେଶ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେବେ । ବାୟୁସେନା ଉପ-ମୁଖ୍ୟ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ କହିଛନ୍ତି ଯେ, ଏହା ହେଉଛି ପରସ୍ପରଠାରୁ ଶିଖିବା, ମିଳିତ ଭାବେ କାର୍ଯ୍ୟ କରିବା ଏବଂ ଭବିଷ୍ୟତର ବାୟୁ ଯୁଦ୍ଧଜନିତ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହେବାର ଏକ ମାଧ୍ୟମ ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।