ତିହାର ଜେଲ୍ ଯାଇପାରନ୍ତି ଅଭିଜିତ ଦୀପକେ !
ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ଅଭିଜିତ ଦୀପକେଙ୍କର ମିଳୁନି ପତ୍ତା। ଅଜଣା ସ୍ଥାନରେ ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଏପରିକି ଓକିଲଙ୍କ ସହ ଦେଖା କରିବାକୁ ମଧ୍ୟ ଦୀପକେଙ୍କୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହାସହ ଦିଲ୍ଲୀ ପୋଲିସ ତାଙ୍କ ବିରୁଦ୍ଧରେ ବିଏନଏସଏସ୍ ଧାରା ୧୨୬ ଏବଂ ୧୭୦ ଅନୁଯାୟୀ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଉ ଶନିବାର ତାଙ୍କୁ ସ୍ପେଶାଲ ଏଗ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବାର ଯୋଜନା ରହିଛି ।
ଏହି ଘଟଣା ଏବେ ପୁଣି ଥରେ ପ୍ରଶ୍ନ ଉଠାଇଛି ଯେ ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ପରି ଅଭିଜିତ ଦୀପକେଙ୍କୁ ମଧ୍ୟ ତିହାର ଜେଲକୁ ପଠାଯିବ କି ? କାରଣ ଏହା ପୂର୍ବରୁ ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ କାର୍ଯ୍ୟାନୁଷ୍ଠାନ ପରେ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । କିନ୍ତୁ, ଅଭିଜିତଙ୍କ ମାମଲାରେ କୋର୍ଟଙ୍କ ନିଷ୍ବତ୍ତି ଏବେ ଆସିବା ବାକି ଅଛି ।
ତେଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ସେଣ୍ଟ୍ରାଲ ପାର୍କକୁ ବନ୍ଦ ରଖାଯାଇଛି। ଦିଲ୍ଲୀ କନ୍ନଟ ପ୍ଲେସରେ ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଗତକାଲି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଉଠାଇନେଇଥିଲା ପୋଲିସ। ହେଲେ ଆନ୍ଦୋଳନ ଲାଗି ପ୍ଲାନ-B ପ୍ରସ୍ତୁତ ବୋଲି କହିଛି ସଂଗଠନ। ଦୀପକେଙ୍କୁ ମୁକ୍ତ କରିବା ଲାଗି ଏମ.କେ. ଷ୍ଟାଲିନ, ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ପ୍ରମୁଖ ଦାବି କରିଛନ୍ତି। ସାରା ଦିନ ନଜର ବନ୍ଦୀରେ ରହିବା ପରେ ଦୀପକେଙ୍କ ସମେତ କିଛି ନେତାଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ। ଏହା ସହ କନ୍ନଟ ପ୍ଲେସରେ BNSS ୧୬୩ ଲାଗୁ ହୋଇଛି। ଦିଲ୍ଲୀ କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କ ନିକଟରେ ଏହି ଆନ୍ଦୋଳନ ହେଉଥିଲା। ଦୀପକେଙ୍କ ସହ ଆଇସା ସଭାପତି ନେହା ବୋରାଙ୍କୁ ବି ଅଟକ ରଖିଛି ପୋଲିସ। ସିଜେପି କର୍ମୀମାନେ କନ୍ନଟ ପ୍ଲେସରେ ପହଞ୍ଚି ତ୍ରିରଙ୍ଗା ରାଲି କରିବା ମାତ୍ରେ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ। ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଦୀପକେଙ୍କ ନିକଟରେ ପହଞ୍ଚିଥିଲା ପୋଲିସ। କନ୍ନଟ ପ୍ଲେସ ଆନ୍ଦୋଳନସ୍ଥଳୀ ନୁହେଁ ବୋଲି ଦୀପକେଙ୍କୁ କହିଥିଲା ପୋଲିସ। ଏହାସହ ବେଆଇନ ଭାବେ ଏକାଠି ନ ହେବା ଲାଗି ଅଭିଜିତଙ୍କୁ ନୋଟିସ ଜାରି କରିଥିଲା ପୋଲିସ।
ଜନ୍ତର ମନ୍ତରରେ ପ୍ରତିବାଦ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ଉଭୟ ନେତାଙ୍କୁ ପୂର୍ବରୁ ପାଞ୍ଚ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା। ତଥାପି, ଦୀପକେଙ୍କ ମାମଲାରେ କୋର୍ଟର ନିଷ୍ପତ୍ତି ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।