ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

Aug 17, 2026 - 11:19
ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି ।  ସହରାଞ୍ଚଳରେ କୃତ୍ରିମ ବନ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ପାଲଟା ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।

ସୁରେଶ ପୂଜାରୀ କହିଛନ୍ତି, ” ନବୀନ ବାବୁ ଇନ୍ଦ୍ରଙ୍କ ସହିତ ସିଧା କଥା ହୁଅନ୍ତି କି ? ରାଜ୍ୟରେ ଅଧିକ ବର୍ଷା ହେଉଛି । ସେଥିପାଇଁ କଣ ଆମ ସରକାର ଦାୟୀ । ବିଜେଡି ସରକାର ଥିବା ବେଳେ ନବୀନ ପଟ୍ଟନାୟକ କ’ଣ ଇନ୍ଦ୍ରଦେବଙ୍କ ସହିତ କଥା ହେଉଥିଲେ କି? ତା’ହେଲେ ଆମକୁ ବି ନମ୍ବର ଦିଅନ୍ତୁ।”

କେବଳ ଏତିକି ନୁହେଁ ଟୁଇନ୍ ସିଟି ସମେତ ବିଭିନ୍ନ ସହରାଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ପାଇଁ ପୂର୍ବ ସରକାରଙ୍କ ଅପାରଗତା ହିଁ ପ୍ରମୁଖ କାରଣ ବୋଲି କହିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଯଦି ଡ୍ରେନେଜ୍ ବ୍ୟବସ୍ଥା ଠିକ୍ କରିଥାନ୍ତେ, ତେବେ ଲୋକଙ୍କୁ ଏଭଳି ହଇରାଣ ହରକତ ହେବାକୁ ପଡିନଥାନ୍ତା ବୋଲି କହିଛନ୍ତି । ତେବେ ରାଜସ୍ବ ମନ୍ତ୍ରୀଙ୍କ ପାଲଟା ଜବାବ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।