ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ
ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ବାଇକ ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ସୂଚନା ଅନୁଯାୟୀ, ମହିଳା ସବ୍-ଇନ୍ସପେକ୍ଟର ବାସନ୍ତି ବେହେରା ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସୂଚନା ପାଇବା ପରେ ପୋଲିସ ଡୁଲୁରୀ ନିକଟରେ ଗାଡି ଚେକିଂ ବ୍ଲକିଂ କରିଥିଲା। ସେହି ସମୟରେ ଦାରିଙ୍ଗବାଡି ପଟୁ ବ୍ରାହ୍ମଣୀଗାଁ ଆଡକୁ ଯାଉଥିବା ଏକ ବାଇକରେ (ନମ୍ବର ଓଡି ୧୨ ଇ -୬୨୩୨) ଗଞ୍ଜେଇ ଭର୍ତ୍ତି ବସ୍ତା ନିଆଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଥିଲା।
ଏହି ଘଟଣାରେ ପୋଲିସ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମର କୈଳାଶ ମୁଠାମାଝିଙ୍କ ପୁଅ ସମୀର ମୁଠାମାଝିଙ୍କୁ ଗିରଫ କରିଛି। ଏନେଇ ଦାରିଙ୍ଗବାଡି ଥାନାରେ କେସ୍ ନଂ ୨୭୧/୨୬ ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।