ଦିଗପହଣ୍ଡି ରେ ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ
ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ ହୋଇଛି । ପ୍ରତି ବର୍ଷ ଭଳି ମା’ ଙ୍କ ମନ୍ଦିର ବେଢ଼ାରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ , ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ମହୋତ୍ସବ ୫ ଦିନ ବ୍ୟାପୀ ଆୟୋଜିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ପ୍ରଥମ ଦିନରେ ସେବାୟତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା ଏବଂ ଉପସ୍ଥିତ ମହିଳା ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ଓ ଘଣ୍ଟ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । କର୍ତ୍ତା ରୂପେ ଶଙ୍କର ପାତ୍ର ତାଙ୍କ ସହଧର୍ମିଣୀ ଅନୀତା ପାତ୍ର ଆସନ ଅଳଙ୍କୃତ କରିଥିଲେ । ସନ୍ଧ୍ୟାରେ ଆଳତୀ ଓ ମାଁ ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାତ୍ରା ପରିଚାଳନା କମିଟି ସଭାପତି ପବିତ୍ର ବେହେରା , ଉପସଭାପତି ରାଜା ପଟ୍ଟନାୟକ , ସମ୍ପାଦକ କାହ୍ନୁଚରଣ ପଟ୍ଟନାୟକ , ସହ ସମ୍ପାଦକ ବଳରାମ ସାସମଲ , କୋଷାଧ୍ୟକ୍ଷ ରଞ୍ଜନ ବେହେରା , ରାମ ସାହୁ ଓ ଗଣେଶ ସାହୁ , ଉପଦେଷ୍ଟା ଗଣପତି ବେହେରା , କୃଷ୍ଣଚନ୍ଦ୍ର ସାହୁ , ପି. ରାଜବାବୁ ଦୋରା , ନରସିଂହ ବେହେରା , ସୁଦାମ ବେହେରା , ଦେବାଶିଷ ସାହୁ , ଶଙ୍କର ପାତ୍ର ଙ୍କ ସମେତ ବୁଦ୍ଧିଆ ବେହେରା , ଲବ ପାତ୍ର , ରଞ୍ଜନ ବାଡତ୍ଯା , ରିଙ୍କୁ ସାହୁ ପ୍ରମୁଖ ମନ୍ଦିର ପରିସରରେ ଅନୁଷ୍ଠିତ ଯାତ୍ରା ମହୋତ୍ସବରେ ଉପସ୍ଥିତ ଥିଲେ ।ପ୍ରତିଦିନ ସନ୍ଧ୍ୟାରେ ଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ନୂଆସାହି ଓ ଫୁଲସୁନ୍ଦରୀ ସାହି ବାସିନ୍ଦା ଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।