ଦିଲ୍ଲୀରେ ଇଣ୍ଡି ମେଣ୍ଟର ମହାରାଲି…

Nov 01, 2026 - 08:06
ଦିଲ୍ଲୀରେ ଇଣ୍ଡି ମେଣ୍ଟର ମହାରାଲି…

ନନ୍ଦିଘୋଷ ବ୍ୟୁରୋ: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ ଏସଆଇଆର ବିରୋଧରେ ଆଜି ଇଣ୍ଡି ମେଣ୍ଟର ମହାରାଲି । ଏହି ରାଲି କନଟ୍ ପ୍ଲେସ୍‌ରୁ ଆରମ୍ଭ ହେବ, ମିଣ୍ଟୋ ରୋଡ୍ ଜଙ୍କସନ୍ ଦେଇ ଆଗକୁ ବଢ଼ିବ ଏବଂ ଆଜମେରି ଗେଟ୍ ଦେଇ ରାମଲୀଳା ମୈଦାନରେ ପହଞ୍ଚିବ । ସମାବେଶରେ ଦେଶରୁ ଲକ୍ଷାଧିକ କର୍ମୀ ସାମିଲ ହେବା ସମ୍ଭାବନା ରହିଛି । ସମାବେଶ ଲାଗି ସାରା ଦେଶରୁ ଆସିବାରେ ଲାଗିଛନ୍ତି ହଜାର ହଜାର କର୍ମୀ।

କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ମହାରାଲି ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । ମାର୍ଚ୍ଚର ମାର୍ଗ ଏବଂ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୪ ହଜାରରୁ ଅଧିକ ପୋଲିସ କର୍ମଚାରୀ ଏବଂ କଣ୍ଟିଜେଣ୍ଟ ନିୟୋଜିତ ହୋଇଛନ୍ତି । ରାମଲୀଳା ମଇଦାନକୁ ୧୪ ଟି ସୁରକ୍ଷା ଜୋନରେ ବିଭକ୍ତ କରାଯାଇଛି । ଯେଉଁଠି ପ୍ରତ୍ୟେକଟି ଜୋନ୍ ଉପରେ ଜଣେ ସହାୟକ କମିଶନର ସ୍ତରର ଅଧିକାରୀ ନଜର ରଖିବେ । ସ୍ଥିତି ଉପରେ ନଜର ରଖିବ ୨ଶହ ସିସିଟିଭି କ୍ୟାମେରା ଓ ଡ୍ରୋନ । ସେପଟେ ସ୍ଥିତିକୁ ନଜରରେ ରଖି ୧୦ଟାରୁ ୫ଟା ଯାଏଁ ଦିଲ୍ଲୀର ବିଭିନ୍ନ ମାର୍ଗରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସେପଟେ ଆଜି ବି ଦିଲ୍ଲୀରେ କାଉଣ୍ଟର ଷ୍ଟ୍ରାଟେଜି କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପଶ୍ଚିମ ଦିଲ୍ଲୀର ହରିନଗରରେ ବିଜେପି କାଉଣ୍ଟର ରାଲି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।