ଦୀର୍ଘ ୧୫ ବର୍ଷ ପରେ ଏକାଠି ନଜର ଆସିବେ କିଙ୍ଗ ଖାନ୍ ଓ ବେବୋ

Oct 06, 2026 - 16:44
ଦୀର୍ଘ ୧୫ ବର୍ଷ ପରେ ଏକାଠି ନଜର ଆସିବେ କିଙ୍ଗ ଖାନ୍ ଓ ବେବୋ

ନନ୍ଦିଘୋଷ ବ୍ୟୁରୋ: ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ। ଏକ ଲମ୍ବା ବ୍ରେକ୍ ପରେ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବେ କିଙ୍ଗ ଖାନ୍। ‘ପଠାନ’, ‘ଯବାନ’ ଓ ‘ଡ଼ଙ୍କି’ର ସଫଳତା ପରେ ପୁଣି ଥରେ ଦେଖିବାକୁ ମିଳିବ କିଙ୍ଗ ଖାନଙ୍କ ଜଲୱା । ଚଳିତ ବର୍ଷ ଡ଼ିସେମ୍ବର ମାସରେ ରିଲିଜ ହେବାକୁ ଯାଉଛି ଶାହରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଜରିଆରେ ସୁହାନା ଖାନ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଫିଲ୍ମରେ ବେବୋଙ୍କ ସରପ୍ରାଇଜ ଏଣ୍ଟ୍ରି ନେଇ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘ ୧୫ ବର୍ଷ ପରେ ‘କିଙ୍ଗ୍’ ଚଳଚ୍ଚିତ୍ର ମାଧ୍ୟମରେ ଏକାଠି ନଜର ଆସିବେ କରିନା ଓ ଶାହରୁଖ । ଉଭୟ ଶେଷ ଥର ପାଇଁ (ଆର. ୱାନ୍)ରେ ଏକାଠି ନଜର ଆସିଥିଲେ । ଫିଲ୍ମର ‘ଚମ୍ମକ ଚଲ୍ଲୋ’ ଗୀତଟି ସୁପର ହିଟ୍ ହୋଇଥିବା ବେଳ ବେଶ ଚର୍ଚ୍ଚା ସାଉଁଟି ଥିଲା । ଏହା ପୂର୍ବରୁ ଉଭୟ ‘ଅଶୋକା’ ଓ ‘କଭି ଖୁସି କଭି ଗମ୍’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ଥିଲେ ।

‘ପିଙ୍କଭିଲା’ର ଏକ ରିପୋର୍ଟ ଅନୁଯାୟୀ, ଦୀର୍ଘ ୧୫ ବର୍ଷ ପରେ ଉଭୟଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଅଭିନେତ୍ରୀ ଶାହରୁଖଙ୍କ ସହ “ଡ୍ୟାଡ଼ି କୁଲ” ଗୀତରେ ନଜର ଆସିବେ । ଏହି ଗୀତଟି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି । ତେବେ ଏହି ମାସ ଶେଷ ସୁଦ୍ଧା କରିନା ଦକ୍ଷିଣ ଆଫ୍ରିକାରେ ଏହି ଗୀତର ସୁଟିଂ କରିବୋ ବୋଲି ଜଣାପଡି଼ଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।