ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଅବକାରୀ ଟିମ୍ ଏବଂ ପାଟପୁର ଥାନା ପୋଲିସ ଟିମ୍ ମିଳିତ ଭାବେ ଚଢାଉ କରି ଚୋରା ମଦ କାରଖାନା ଭାଙ୍ଗିଥିବା ଜଣାପଡିଛି। ବ୍ରହ୍ମପୁର ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ନେହଲତା ନାୟକ,ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ,ଏଏସଆଇ ଏନ୍. ତ୍ରିପତି, ଚିକିଟି ଅବକାରୀ ଏସ.ଆଇ ସଞ୍ଜୟ ଭୁକ୍ତା, ଏଏସଆଇ ସୁକାନ୍ତି କଅଁର, ବ୍ରହ୍ମପୁର ଅବକାରୀ ମୋବାଇଲ ଏସ.ଆଇ ଅରୁଣ ଭୋଇଙ୍କ ସମେତ ଦିଗପହଣ୍ଡି ଏବଂ ଚିକିଟି ଅବକାରୀ ଥାନା କର୍ମଚାରୀ ବୃନ୍ଦ ଜଙ୍ଗଲରେ ଅତର୍କିତ ଚଢାଉ କରି ୧୯ ହଜାର ଲିଟର ଗୁଡ଼ ମିଶ୍ରିତ ମହୁଆ ମଦ ପୋଚ ସହ ୧୧ ଶହ ଲିଟର ରନ୍ଧା ଦେଶୀମଦ,ବିପୁଳ ପରିଣାମର ମଦ ରନ୍ଧା ସରଞ୍ଜାମ ପ୍ଲାଷ୍ଟିକ ଡ୍ରମ,ବାଲଟି, ଡେକଚି ଜବତ କରିଥିବା ଜଣାପଡିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ ଟି ମକଦ୍ଦମା ରୁଜୁ କରାଯାଇଛି। ଏହି ଚଢାଉ ଧରପଗଡ ରେ କନେଷ୍ଟବଳ ରାଜେଶ ଜେନା,ବଳରାମ ପାତ୍ର,ଏସ.କେ.ରାଜେଶ ଉଦ୍ଦିନ୍, ଆଲଫଲତା ସାହୁ ଙ୍କ ସମେତ ପାଟପୁର ଥାନାର ବହୁ ସଂଖ୍ୟକ ଏପିଆର ଫୋର୍ସ ସାମିଲ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।