ଦୁର୍ଘଟଣାରେ କୋଣାର୍କ ଏନଏସି ଅଧ୍ୟକ୍ଷା ଆହତ, ମୁଣ୍ଡରେ ଲାଗିଛି ଗଭୀର ଆଘାତ

Sep 18, 2026 - 23:43

ଗୋପ – ଶୁକ୍ରବାର ଅପରାହ୍ନରେ କୋଣାର୍କ – ଗୋପ ପୂର୍ତ୍ତ ବିଭାଗ ରାସ୍ତାର ବନାଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୋଣାର୍କ ଏନଏସି ଅଧ୍ୟକ୍ଷା ଙ୍କ ବ୍ଯକ୍ତିଗତ ଗାଡି ଭାରସାମ୍ଯ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଫଳରେ ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ତ୍ରିପାଠୀ ବନାଖଣ୍ଡି ସ୍ଥିତ ପ୍ରେଟୋଲ ଟାଙ୍କିରେ ତେଲ ପକାଇ ଏନଏସି କାର୍ଯ୍ୟାଳୟକୁ ଫେରୁଥିବା ବେଳେ ବନାଖଣ୍ଡି ଗ୍ରାମପଞ୍ଚାୟତ ସମ୍ମୁଖ ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ଦୁର୍ଘଟଣା ଗାଡି ଚାଳକ ସାମାନ୍ୟ ଭାବେ ଆହତ ହୋଇଛନ୍ତି ।ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଖବର ପାଇ କୋଣାର୍କ ଏନଏସି କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ଅଧ୍ୟକ୍ଷା ସୁଶ୍ରୀ ତ୍ରିପାଠୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେର, ଉପାଧ୍ୟାକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଅଧ୍ୟକ୍ଷା ତ୍ରିପାଠୀଙ୍କୁ ଭୁବନେଶ୍ବର ସ୍ଥିତ ୬ ନମ୍ବର ହସ୍ପିଟାଲକୁ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।