ଦେବଗୁରୁ ବୃହସ୍ପତିଙ୍କ ଚଳନ: ୫ ରାଶିର ଲୋକେ ହେବେ ମାଲାମାଲ, ଆଗାମୀ ୧୨ ଦିନ ପ୍ରବଳ ଧନଲାଭ!
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ଚଳନ ଓ ସ୍ଥିତି ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବଡ଼ ପ୍ରଭାବ ପକାଇଥାଏ। ସେହିପରି ୨୦୨୬ ମସିହାରେ ଦେବଗୁରୁ ବୃହସ୍ପତିଙ୍କ ଗୋଚର (ଗୋଚର ସ୍ଥିତିରେ ପରିବର୍ତ୍ତନ) ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୁରୁଙ୍କର ଏହି ଶୁଭ ପ୍ରଭାବ ଯୋଗୁଁ ବିଶେଷ କରି ୫ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରି , ବ୍ୟବସାୟ, କ୍ୟାରିୟର୍ ଏବଂ ପାରିବାରିକ ସମ୍ପର୍କ କ୍ଷେତ୍ରରେ ପ୍ରଚୁର ସଫଳତା ଓ ଲାଭ ମିଳିବାର ଯୋଗ ରହିଛି।
୫ଟି ଭାଗ୍ୟଶାଳୀ ରାଶି:
ମେଷ ରାଶି (Aries)
ଗୁରୁଙ୍କ ଗୋଚର ଆପଣଙ୍କ ପାଇଁ ବହୁତ ଅନୁକୂଳ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି (Promotion) ଏବଂ ଦରମା ବୃଦ୍ଧିର ପ୍ରବଳ ସମ୍ଭାବନା ରହିଛି। ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଅଟକି ରହିଥିବା କାମ ସଫଳତାର ସହ ପୂରଣ ହେବ।
ବୃଷ ରାଶି (Taurus)
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଶୁଭଫଳଦାୟୀ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ହେବା ସହ ନୂଆ ନିବେଶ ପାଇଁ ଏହା ଉପଯୁକ୍ତ ସମୟ। ଭାଗ୍ୟର ସହଯୋଗ ମିଳିବ, ଯାହାଫଳରେ ଆପଣଙ୍କର ଆୟ ବୃଦ୍ଧି ପାଇବ।
ମିଥୁନ ରାଶି (Gemini)
ଗୁରୁ ଗୋଚର ପ୍ରଭାବରେ ମିଥୁନ ରାଶିର ଲୋକଙ୍କୁ ଶୁଭ ପରିଣାମ ମିଳିବ। ବିଦ୍ୟାର୍ଥୀ ଓ ଚାକିରିଆମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି। ନୂଆ କାର୍ଯ୍ୟ କିମ୍ୱା ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। ସମାଜରେ ଆଦର ଓ ସମ୍ମାନ ବୃଦ୍ଧି ପାଇବ।
ସିଂହ ରାଶି
ଏହି ସମୟରେ ଗୁରୁଦେବଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟଦୋୟ ହେବ।
ଚାକିରି କରୁଥିବା ଲୋକଙ୍କୁ ମନପସନ୍ଦର ସ୍ଥାନାନ୍ତର (Transfer) କିମ୍ୱା ନୂଆ ଓ ବଡ଼ ଦାୟିତ୍ୱ ମିଳିପାରେ। ବ୍ୟବସାୟୀଙ୍କ ପାଇଁ ନୂଆ ଚୁକ୍ତି (Deals) ସଫଳ ହେବ।
ବିଛା ରାଶି
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁଙ୍କ ଚଳନ ବହୁତ ଶୁଭଫଳ ନେଇ ଆସୁଛି। ଚାକିରି କ୍ଷେତ୍ରରେ କିଛି ନୂଆ ସଫଳତା ମିଳିବ, ଯାହା ଆପଣଙ୍କୁ ଭବିଷ୍ୟତ ପାଇଁ ଲାଭବାନ କରାଇବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଏବଂ ରୋଜଗାରର ନୂଆ ପନ୍ଥା ଉନ୍ମୁକ୍ତ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।