ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ ଦର ଗତ କିଛି ଦିନରେ ବ୍ୟାରେଲ ପିଛା ୧୦୦ରୁ ୧୧୫ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ତେବେ ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ହେବ ନାହିଁ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି।
ସରକାରୀ ସୂତ୍ର ଅନୁଯାୟୀ, କ୍ରୁଡ୍ ଅଏଲ ଦର ଅଧିକ ରହିଥିଲେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବାର କୌଣସି ସମ୍ଭାବନା ନାହିଁ। ସରକାର ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନିରନ୍ତର ନଜର ରଖିଛନ୍ତି।
ଗତ କିଛି ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ଏକାଧିକ ଥର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ତେବେ ବର୍ତ୍ତମାନ ପର୍ଯ୍ୟାୟରେ ଦର ବୃଦ୍ଧି ହେବାର କୌଣସି ସମ୍ଭାବନା ନଥିବାରୁ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ମିଳିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।