ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍
କଟକ: ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍ | ରାସ୍ତାର ବ୍ୟାରିକେଡ଼ ଟପି ଚାଲିଗଲା ଦ୍ରୁତଗାମୀ ବସ | କଟକ-ଭୁବନେଶ୍ୱର ରାସ୍ତାର ଭାଣପୁରଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |
ଟ୍ରାଫିକ ସମସ୍ୟା ଉପୁଜିଥିଲା
ମିଳିଥିବା ସୂଚନା ମୁତାବକ ସିଂହପୁରରୁ ଭୁବନେଶ୍ୱର ଯାଉଥିବା ଖଣ୍ଡେଇ ନାମକବସ ଆଜି ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱରୁ ଆସି ବ୍ୟାରିକେଡ଼ ଉପରେ ଚଢିଯାଇଥିଲା | ତେବେ ଦୁର୍ଘଟଣା ପରେ ଏହି ବସ ଜାତୀୟ ରାଜପଥ ଉପରେ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା | ବହୁ ସମୟ ଯାଏଁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡିକ ଅଟକିଯାଇଥିଲା |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।