ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

Nov 06, 2026 - 10:41
ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ ପଡୁୁଛି। ଏଥିଯୋଗୁ କେବଳ ମଣିଷ ନୁହେଁ, ବରଂ ବନ୍ୟଜନ୍ତୁଙ୍କ ଜୀବନ ପ୍ରଭାବିତ ହେଉଛି। ଗଛ ନ ଥିବାରୁ ସେମାନେ ଅସୁବିଧାରେ ପଡ଼ି ଜନବସତି ଆଡକୁ ମୁହଁାଉଛନ୍ତି। ଏ କ୍ଷେତ୍ରରେ ଆମକୁ ପ୍ରଥମେ ମାନବିକତା ରଖିବାକୁ ପଡ଼ିବ। ଆମ ସମସ୍ତଙ୍କୁ ବଞ୍ଚତ୍ବା ଦିଗରେ ଧ୍ୟାନ ଦେବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ପ୍ରଥମେ ଗଛ ଲଗାଇବାକୁ ପଡ଼ିବ।

ଅଭିଜିତ ଆନନ୍ଦ ପ୍ରଧାନ, ଛାତ୍ର, ଜଟଣୀ ଡିଗ୍ରୀ କଲେଜ, ଖୋର୍ଦ୍ଧା

ସହର ବିକାଶ ଧାରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ
ପରିବେଶ ସୁରକ୍ଷିତ ନ ଥିଲେ, ମନୁଷ୍ୟ ବଞ୍ଚତ୍ବା କଷ୍ଟକର ହୋଇଯିବ। ବହୁ ପରିମାଣରେ ଗଛ କଟାଯାଉଥିବାରୁ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଘଟୁଛି। ଆମକୁ ବନ୍ୟା, ବାତ୍ୟା ଭଳି ପରିସ୍ଥିତିର ସମ୍ମୁଖିନ ହେବାକୁ ପଡିଛୁ। ସେଥିପାଇଁ ସହର ବିକାଶ ଧାରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡିବ। ସହରାଞ୍ଚଳଗୁଡ଼ିକରେ ଯାନବାହନ ପାଇଁ ବାୟୂ ପ୍ରଦୂଷଣ ବଢ଼ୁଛି। ସେଥିପାଇଁ ବ୍ୟକ୍ତିଗତ ଯାନ ପରିବର୍ତ୍ତେ ବସ୍‌ ଓ ସାଇକଲର ବ୍ୟବହାର କରିବାକୁ ପଡ଼ିବ। ଗଛ ଓ ଜଳ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ।

ଶୁଭଦର୍ଶିନୀ ପରିଡା, ଛାତ୍ରୀ, ଏନ୍‌ଆଇଟି, ରାଉରକେଲା

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।